ଆଜି ବିରୁଷ୍କାଙ୍କ ଗ୍ରାଣ୍ଡ ରିସେପ୍ସନ । ମାୟା ନଗରୀର ରିସେପସନ ପାର୍ଟିରେ ସାମିଲ ହେବେ ୩ ଶହରୁ ଅଧିକ ଅତିଥି । ମୁମ୍ବାଇରେ ନବ ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଆଜି ଅନୁଷ୍ଠିତ ହେବ ଗ୍ରାଣ୍ଡ ରିସେପ୍ସନ । ମୁମ୍ବାଇ ଲୋୟର ପରେଲ ସ୍ଥିତ ହୋଟେଲ ସେଂଟ ରେଗିସରେ ଏହି ବିବାହ ଭୋଜି ହେବ । ଯେଉଁଠି ସାମିଲ ହେବ କ୍ରିକେଟ ଜଗତର ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ବଲିଉଡର ନାମୀ ଦାମୀ ତାରକା । ଟିମ ଇଣ୍ଡିଆ କ୍ୟାପଟେନ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଇଟାଲୀରେ ଗତ ୧୧ ତାରିଖରେ ବିବାହ କରିଥିଲେ ।
ଭାରତ ଫେରିବା ପରେ ୨୧ ତାରିଖରେ ଦିଲ୍ଲୀରେ ପାର୍ଟି ଦେଇ ସାରିଛନ୍ତି । କିନ୍ତୁ ଦିଲ୍ଲୀ ଭୋଜିରେ ଯୋଗ ଦେଇନଥିବା ଅନେକ ତାରକାଙ୍କୁ ମୁମ୍ବାଇ ରିସେପ୍ସନ ପାର୍ଟିରେ ଦେଖିବାକୁ ମିଳିବ । ମୁକେଶ ଓ ନୀତା ଅମ୍ବାନୀଙ୍କ ସହ ଅନେକ ବିଜନେସ ଟାଇକୁନ ମଧ୍ୟ ଏହି ତାରକା ଖଚିତ ପାର୍ଟିରେ ସାମିଲ ହେବେ । ୩ ଶହରୁ ଅଧିକ ଅତିଥି ଏହି ରିସେପ୍ସନରେ ସାମିଲ ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/Biruska.jpg)