ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର କମଲ ହାସନ ୭ ନଭେମ୍ବର ଦିନ ନିଜର ୬୪ ତମ ବର୍ଥଡେ ପାଳନ କରୁଛନ୍ତି । କମଲ ହାସନଙ୍କ ଜନ୍ମ ୭ ନଭେମ୍ବର, ୧୯୫୪ ରେ ପରମକୁଡି, ଚେନ୍ନେଇରେ ହୋଇଥିଲା । କମଲ ନିଜର କ୍ୟାରିଅରର ଆରମ୍ଭ କରିଥିଲେ ୧୯୫୯ ରେ ଯେତେବେଳେ ତାଙ୍କୁ ୬ବର୍ଷ ହୋଇଥିଲା । କମଲ ହାସନ ଏବଂ ଶ୍ରୀଦେବୀଙ୍କ ଅନସ୍କ୍ରିନ କେମେଷ୍ଟ୍ରି ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି । କିନ୍ତୁ କମଲ ହାସନ ଶ୍ରୀଦେବୀଙ୍କୁ ନିଜର ଭଉଣୀ ମାନୁଥିଲେ । ଶ୍ରୀଦେବୀଙ୍କ ନିଧନ ପରେ ଏକ ଇଭେଂଟରେ କମଲ କହିଥିଲେ ଯେ ଶ୍ରୀଦେବୀଙ୍କୁ ସେ ସେବେ ଦେଖା ହୋଇଥିଲେ ଯେତେବେଳେ ତାଙ୍କୁ ୧୫-୧୬ବର୍ଷ ହୋଇଥିଲା ।
ସେ ସମୟରେ ଦୁହିଁଙ୍କୁ କପଲ ଭାବେ କାଷ୍ଟ କରାଯାଇଥିଲା । ମାତ୍ର ରିଅଲ ଲାଇଫରେ ଏମାନେ ଭାଇ ଭଉଣୀ ଭାବେ ବଡ ହୋଇଥିଲେ । ଦୁହିଁଙ୍କୁ ରୋମାଂଟିକ ଫିଲ୍ମରେ କାଷ୍ଟ କରାଯିବାରୁ ଦୁହେଁ ଖୁବ ହସିଥିଲେ , ସେମାନଙ୍କୁ ଲାଗିଥିଲା ଯେ ଦୁହେଁ ଯେପରି ଗୋଟେ ପରିବାରର । ଶ୍ରୀଦେବୀ ସେହିଭଳି ଷ୍ଟାରଡଷ୍ଟ ସାକ୍ଷାତକାରରେ କହିଥିଲେ ସେ ଥରେ କମଲ ହାସନଙ୍କ ଫିଲ୍ମ ଦେଖିବାକୁ ବୁର୍କା ପିନ୍ଧି ଯାଇଥିଲେ । ସେ କହିଥିଲେ ପବ୍ଲିକ ଠାରୁ ବଂଚିବା ଲାଗି ଖୁବ କମ ଥିଏଟର ଯାଉଥିଲେ , ଅନେକ ଫିଲ୍ମ ସ୍ପେଶାଲ ସ୍କ୍ରିନିଂରେ ହିଁ ଦେଖୁ ନେଉଥିଲେ । କମଲ ହାସନ ଅଭିନୟ କରିଥିବା ୭ଟି ଫିଲ୍ମ ଓସ୍କାର ପାଇଁ ଯାଇ ସାରିଲାଣି । ଫିଲ୍ମ ଗୁଡିକ ହେଲା ସାଗର, ସ୍ୱାତି ମୁତ୍ୟମ, ନୟାଗାନ, ଥେବରମଗନ, କୁରୁଥିପୁନାଲ, ଇଣ୍ଡିଆନ ଏବଂ ହେ ରାମ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/Actor-Kamal-Hassan.jpg)