ନାଇଟ୍ କର୍ଫ୍ୟୁ ବେଳେ ରାଜଧାନୀରେ ବାର୍ଥ ଡେ ସେଲିବ୍ରେସନ୍ । କୋଭିଡ୍ ନିୟମ ଉଲ୍ଲଙ୍ଘନ ପାଇଁ ୧୨ରୁ ଅଧିକ ଗାଡି ଜବତ

123

କନକ ବ୍ୟୁରୋ : କରୋନା ସଂକ୍ରମଣ କମାଇବାକୁ ସରକାର ରାତି କର୍ଫ୍ୟୁ ଜାରି କରିଛନ୍ତି । ଏହାକୁ ମାନି ରାତି ୧୦ଟା ପରେ ରାସ୍ତା ଘାଟ ଶୂନ ଶାନ ହୋଇ ଯାଇଥିବା ବେଳେ ଆରମ୍ଭ ହେଉଛି ଅମାନିଆଙ୍କ ଉତ୍ପାତ । ରାତିରେ ଜରୁରୀ କାମରେ କେହି ବାହାରକୁ ବାହାରିଲେ, କାହାରି ଆପତି ନାହିଁ ।  ପୁଲିସ ପ୍ରଶାସନ ମଧ୍ୟ ଜରୁରୀ କାମ ପାଇଁ ବେଶ ସମ୍ବେଦନଶୀଳ । ହେଲେ ରାତି ଅଧରେ ସରକାରୀ କଟକଣାକୁ ନମାନି ଉତ୍ପାତ କଲେ କଠୋର ହେବ ପୁଲିସ ପ୍ରଶାସନ ।

ଏଭଳି ଏକ ଘଟଣା ଗତକାଲି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ରାତି ୧୦ଟା ପରେ ଡେଲଟା ଛକରେ କେକ କାଟି ସେଲିବ୍ରେସନ କରୁଥିଲେ କିଛି ଅମାନିଆ ଯୁବକ । ତେବେ ରାତି ପାଟ୍ରୋଲିଂରେ ବାହାରି ଥିବା ପୁଲିସ କମିଶନରଙ୍କୁ ଦେଖି ଏହି ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ । ନାଇଟ କର୍ଫ୍ୟୁ ନିୟମ ଭଙ୍ଗ କରିଥିବାରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ ପୁଲିସ । ବାର୍ଥ ଡେ ପାର୍ଟି କରୁଥିବା ଯୁବମମାନଙ୍କ ୧୨ରୁ ଅଧିକ ଗାଡ଼ିକୁ ଜବତ କରିଛି ।