ଜନ୍ମଦିନ କେକ୍ ନେଇଗଲା ଜୀବନ! ଆଖି ବୁଜି ଦେଲା ୧୦ ବର୍ଷର ଝିଅ

740

କନକ ବ୍ୟୁରୋ: ଜନ୍ମଦିନରେ ଆସିଥିଲା ମୃତ୍ୟୁର କେକ୍ । ଖୁସି ମନରେ ରାତିରେ କେକ୍ କାଟି ଥିବା କୁନିଝିଅ ସକାଳକୁ ମୃତ୍ୟୁ ଶଯ୍ୟାରେ ଶୋଇଯାଇଥିଲା । ପଞ୍ଜାମର ପଟିୟାଲାରୁ ଆସିଛି ଏଭଳି ହୃଦୟ ବିଦାରକ ଖବର । ଜନ୍ମଦିନରେ ଅନଲାଇନ୍ ଅର୍ଡର କରିଥିବା କେକ୍ ଖାଇ ୧୦ ବର୍ଷିୟ ନାବାଳିକର ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ବର୍ଥ ଡେ’ ସେଲିବ୍ରେସନର ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଖୁସିରେ କୁନି ଝିଅକୁ କେକ୍ ଖୁଆଇ ଦେଉଥିବା ବାପା ବି ଜାଣିନଥିଲେ ଯେ, ଶେଷଥର ପାଇଁ ସେ ନିଜ ଝିଅକୁ ଦେଖୁଛନ୍ତି । କେହି କିଛି ଜାଣିନଥିଲେ । ମା-ବାପା, ସାନ ଭଉଣୀ ଏବଂ ଘରର ସମସ୍ତେ ଖୁସିରେ ଜନ୍ମଦିନ ପାଳୁଥିଲେ । ହେଲେ ଜନ୍ମଦିନରେ କୁନି ଝିଅଟିର ଜୀବନ ଚାଲିଯିବ କିଏ ଜାଣିଥିଲା । ଖୁସିର କେକ୍୍ରେ ମୃତ୍ୟୁର କାରଣ ହୋଇଯିବ କିଏ ଜାଣିଥିଲା । ପଂଜାବ ପଟିଆଲାରୁ ଯେଉଁ ଖବର ଆସିଛି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛନ୍ତି ।

କାହାଣୀଟି ହେଉଛି, ପଞ୍ଜାବର ପଟିୟାଲାର । ଜନ୍ମଦିନରେ ଅନଲାଇନ୍ ଅର୍ଡର କରିଥିବା କେକ୍ ଖାଇ ୧୦ ବର୍ଷିୟ ନାବାଳିକ ମାନବୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଅଭିଯୋଗ ଅନୁସାରେ, କେକ୍ ଖାଇବାର ଅଳ୍ପ ସମୟ ମଧ୍ୟରେ ନାବାଳିକାର ଦେହ ଖରାପ ହେବା ଆରମ୍ଭ ହୋଇଯାଇଥିଲା । ପରେ ମୁଣ୍ଡ ବିନ୍ଧିବା ସହ ନାବାଳିକାର ଶରୀର ସମ୍ପୂର୍ଣ୍ଣ ଥଣ୍ଡା ପଡିଯାଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ହସ୍ପିଟାଲ ନେଇ ଯାଇଥିଲେ ହେଲେ ଏହାରି ଭିତରେ ନାବାଳିକାର ମୃତ୍ୟୁ ହୋଇସାରିଥିଲା । ଖାଲି ଏତିକି ନୁହେଁ, ଅର୍ଡର କରିଥିବା ଏହି କେକ୍ ଖାଇ ପରିବାର ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରିଥିବା ସହ ସଂପୃକ୍ତ କେକ୍ ଦୋକାନୀ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।