ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ୬୪ ତମ ଜନ୍ମ ଦିବସ । ଭାରତୀୟ ପ୍ରଶାସନିକ ସେବାରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଏକ ଲମ୍ବା କାହାଣୀ

83

କନକ ବ୍ୟୁରୋ: ଆଜି ଭାରତୀୟ ରିଜର୍ଭବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ୬୪ ତମ ଜନ୍ମ ଦିବସ । ଏହି ଅବସରରେ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଶକ୍ତିକାନ୍ତ ଦାସଙ୍କ ଜନ୍ମ ଓଡିଶାରେ । ସେ ୨୬ ଫେବୃଆରୀ ୧୯ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପ୍ରାଥମିକ ଶିକ୍ଷା ପରେ ଏସ୍.ଟି ଷ୍ଟିଫେନ କଲେଜ ଓ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଏହାପରେ ୧୯୮୦ ମହିହାରେ ସେ ତାମିଲନାଡୁ କ୍ୟାଡର ଆଇଏଏସ ଭାବେ ମନୋନ୍ନିତ ହୋଇଥିଲେ । ସେବେଠାରୁ ସେ ଭାରତ ସରକାରଙ୍କ ଅଧିନରେ ବିଭିନ୍ନ ବିଭାଗରେ ଚାକିରୀ କରିବା ପରେ ୨୦୧୮ ମସିହା ଡିସେମ୍ବର ୧୧ ତାରିଖରେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଇଥିଲେ । ଉର୍ଜିତ ପଟେଲଙ୍କ ପରେ ସେ ୨୫ ତମ ଗଭର୍ଣ୍ଣର ଭାବେ ଏବେ ବି କାର୍ଯ୍ୟରେ ଅଛନ୍ତି । ଏହା ପୂର୍ବରୁ ସେ ପଞ୍ଚଦଶ ଅର୍ଥ କମିଶନର ଭାବେ କାର୍ଯ୍ୟ କରୁଥିଲେ ।

କହିରଖୁ କି ଶକ୍ତିକାନ୍ତ ଦାସ ଜଣେ ଇତିହାସର ଛାତ୍ର ଥିଲେ । ସେ ବି.ଏ ଓ ଏମ.ଏ ରେ ଇତିହାସରେ ଅନର୍ସ ରଖି ପାଠ ପଢିଥିଲେ । ସେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ହେବା ପରେ ଅନେକ ଲୋକଭିମୁଖୀ କାର୍ଯ୍ୟ କରି ଲୋକଙ୍କର ଶ୍ରଦ୍ଧାଭାଜନ ହୋଇପାରିଛନ୍ତି । ତାଙ୍କ ସମୟରେ କ୍ଷତିରେ ଚାଲିଥିବା ଅନେକ ସରକାରୀ ବ୍ୟାଙ୍କର ମିଶ୍ରଣ କରାଯାଇ ସେମାନଙ୍କ ଆର୍ଥିକ ସୁଧାର ଦିଗରେ କାର୍ଯ୍ୟ କରାଯାଇଛି । ଜଡିପି ଓ ରୋପ ରେଟ୍ ସମନ୍ୱୟ ରକ୍ଷା କରି ସେ ଦେଶର ଅର୍ଥନୀତିକୁ ଏକ ସୁସ୍ଥ ଅବସ୍ଥାକୁ ଆଣିବାରେ ତାଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ