ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ : ଶ୍ରଦ୍ଧାଂଜଳି ଜଣାଇଲେ ରାହୁଲ ଗାନ୍ଧି

152

କନକ ବ୍ୟୁରୋ : ଆଜି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ୧୦୩ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଇନ୍ଦିରାଙ୍କ ସ୍ମୃତି ଚାରଣ ଓ ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ଇନ୍ଦିରା ଗାନ୍ଧି ପାର୍କରେ ଇନ୍ଦିରାଙ୍କ ପ୍ରତିମୂର୍ତିରେ  ରାଜ୍ୟ କଂଗ୍ରେସ ନେତା ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ଓଡିଶା ପିସିସି ଏହାକୁ ଜାତୀୟ ସଂହତି ଦିବସ ଭାବେ ପାଳନ କରୁଛି । ପିସିସି ସଭାପତିଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ ।

ସେପଟେ ଦିଲ୍ଲୀରେ ରାହୁଲ ଗାନ୍ଧି ଇନ୍ଦିରାଙ୍କ ସମାଧୀ ସ୍ଥଳକୁ ଯାଇ ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ତାଙ୍କର ଦୃଢ ନିଶ୍ଚୟ ଓ କଠୋର ନିଷ୍ପତି ପାଇଁ ବିଶ୍ୱ ରାଜନୀତି ଇତିହାସରେ ଏହି ଲୌହ ମହିଳାଙ୍କୁ ସଦା ମନେ ରଖାଯିବ ବୋଲି ଟୁଇଟ୍ କରିଛନ୍ତି ରାହୁଲ । ୧୯୧୭ ମସିହା ନଭେମ୍ୱର ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଇନ୍ଦିରା ଗାନ୍ଧି । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ନିଧନ ପରେ ସେ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୧୯୬୬ରୁ ୧୯୭୭ ମଧ୍ୟରେ ତିନି ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୧୯୮୦ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ , ୩୧ ଅକ୍ଟୋବର ୧୯୮୪ ମସିହାରେ ତାଙ୍କର ହତ୍ୟା କରାଯାଇଥିଲା ।