ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ : ଫରେଷ୍ଟ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପାର୍ଟି ଅଫିସରେ ଦଳୀୟ ନେତା ଓ କର୍ମୀଙ୍କୁ କରିବ ସମ୍ବୋଧନ; ସେପଟେ କଟକ ଆନନ୍ଦ ଭବନରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ ହେଲା ସାଇକେଲ ରାଲି

117

କନକ ବ୍ୟୁରୋ : ଆଜି ପ୍ରବାଦ ପୁରୁଷ, ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀକୁ ସାରା ରାଜ୍ୟରେ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିନକୁ ଖୁବ୍ ଉତ୍ସାହର ସହ ପାଳନ କରାଯାଉଛି । ଫରେଷ୍ଟ ପାର୍କରେ ଥିବା ବିଜୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସେ ପାର୍ଟି ଅଫିସକୁ ଯିବେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ଏହି ଅବସରରେ ବିଜେଡି ପକ୍ଷରୁ ସାଇକେଲ ରାଲିର ଆୟୋଜନ କରାଯାଇଛି । କଟକ ଆନନ୍ଦ ଭବନ ନିକଟରୁ ଭୁବନେଶ୍ୱର ବିଜୁ ପଟ୍ଟାନୟକ ବିମାନ ବନ୍ଦରରେ ଯାଏଁ ସାଇକଲେ ରାଲି ହୋଇଛି । ବହୁ ଛାମୁଆ ନେତା ଏହାର ନେତୃତ୍ୱ ନେଉଥିବା ବେଳେ ଯୁବ ବିଜେଡି, ଛାତ୍ର ବିଜେଡିର ଶହଶହ କର୍ମୀ ସାମିଲ ହୋଇଛନ୍ତି । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ. ଯୁବ ବିଜେଡି ସଭାପତି ବ୍ୟମୋକେଶ ରାୟ, ବିଜେଡି ନେତା ଦେବାଶିଷ ସାମନ୍ତରାୟ, ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରମୁଖ ଏହି ସାଇକେଲ ରାଲିରେ କଟକରୁ ବାହାରି ଭୁବନେଶ୍ୱରରେ ପହଂଚିଛନ୍ତି । ବିଜୁ ବାବୁ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ । ପ୍ରବାଦ ପୁରୁଷ ତାଙ୍କ ଜୀବନରେ କରିଥିବା କାର୍ଯ୍ୟକ୍ରମ ଆଜିର ଯୁବ ପୀଢିଙ୍କୁ ଆଗକୁ ବଢିବାକୁ ସାହାସ ଯୋଗାଏ ବୋଲି କହିଛନ୍ତି ବିଜୁ ଜନତା ଦଳର ନେତା ।

Comments are closed.