କନକ ବ୍ୟୁରୋ: ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱର ସବୁଠାରୁ ବଡ ହକି ଷ୍ଟାଡିୟମଙ୍କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ନବନିର୍ବିତ ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ୧୫ ମାସ ମଧ୍ୟରେ ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଉଭୟ ଖେଳାଳି ଏବଂ ଦର୍ଶକଙ୍କ ପାଇଁ ସବୁପ୍ରକାରର ସୁବିଧା ଏହି ଷ୍ଟାଡିୟମରେ ରହିଛି । ୯ ମାସ ମଧ୍ୟରେ ୨୨୫ ଘର ଥିବା ବିଶ୍ୱକପ୍ ହକି ଗ୍ରାମର ନିର୍ମାଣ କରାଯାଇଥିବା ସୂଚନା ମିଳିଛି । ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ ।
ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖେଳାଯାଉଛି ପ୍ରଦର୍ଶନୀ ମ୍ୟାଚ୍ ।
/kanak/media/post_attachments/wp-content/uploads/2023/01/5-6.jpg)