ନାବାଳିକାର ବେଆଇନ ଗର୍ଭପାତ କରାଇଥିବା ଅଭିଯୋଗରେ ଡାକ୍ତର ଗିରଫ: ବୀରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କଲା କ୍ରାଇମବ୍ରାଂଚ

ପୂର୍ବରୁ ଆଇଆଇସି ଆନନ୍ଦଚନ୍ଦ୍ର ମାଝୀ ଗିରଫ ହୋଇଯାଇଛନ୍ତି ଜେଲ

681

କନକ ବ୍ୟୁରୋ: ନାବାଳିକା ଗର୍ଭପାତ ମାମଲାରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗିରଫ ।ବେଆଇନ ଗର୍ଭପାତ କରାଇଥିବା ଅଭିଯୋଗରେ ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ଥାନାକୁ ଡାକି ପଚରାଉଚରା ପରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ବୀରମିତ୍ରପୁର ଆଇଆଇସିଙ୍କୁ ଚାକିରିରୁ ବରଖାସ୍ତ କରାଯିବ ପରେ ଗିରଫ କରାଯାଇ ଜେଲ ପଠାଯାଇଛି । ଥାନା ବାବୁ ସମେତ ଅନ୍ୟ କର୍ମଚାରୀ ଦୀର୍ଘ ଦିନ ଧରି ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ଏହା ସହ ବେଆଇନ୍ ଭାବେ ବୀରମିତ୍ରପୁର ସିଏଚସିରେ ଗର୍ଭପାତ କରିବା ପରେ ନାବାଳିକାକୁ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦଚନ୍ଦ୍ର ମାଝି, ଘଟଣା ଦିନ ଉପସ୍ଥିତ ଥିବା ଜନୈକ ପୋଲିସ ଅଧିକାରୀ, ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାମରେ ରାୟବଗା ଥାନାରେ ଏତଲା ଦେଇଥିଲେ ।