କନକ ବ୍ୟୁରୋ : ବର୍ଷକୁ ଦୁଇ କୋଟିରୁ ଅଧିକ ରାଜସ୍ବ ଦେଉଥିବା ବୀରମହାରାଜପୁର ଅବକାରୀ ବିଭାଗ ନିଜେ ମୁଣ୍ଡ ଗୁଞ୍ଜିଛି ଏକ ଭଙ୍ଗା ଦଦରା ବିପଦସଂକୁଳ କୁଡ଼ିଆ ଘରେ। କେତେବେଳେ ଯେ ତାହା ଭୁଶୁଡ଼ି କାର୍ଯ୍ୟରତ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ପାଲଟିବ କହି ହେଉନାହିଁ। ଭଙ୍ଗା ଦଦରା ଘର ସାଙ୍ଗକୁ ଏଠାରେ କାର୍ଯ୍ୟରତ କର୍ମଚାରୀ ସେମାନଙ୍କ ସର୍ବନିମ୍ନ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଘରଟି ଭାଙ୍ଗିରୁଜି ଯାଇଥିବାରୁ ଏକ କୋଣରେ ଖବର ଓ ଆଜବେଷ୍ଟସ୍ ଛାଉଣି ତଳେ ଯେନତେନ ପ୍ରକାରେଣ ଚାଲିଛି କାର୍ଯ୍ୟାଳୟ । ତା’ ସାଙ୍ଗକୁ ପୁଣି ନାଁ କାର୍ଯ୍ୟାଳୟରେ ଅଛି ପାନୀୟ ଜଳ ବ୍ୟବସ୍ଥା, ନା ଅଛି ଶୌଚାଳୟ। ଯାହା ଫଳରେ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଥାଉ ଏହି କାର୍ଯ୍ୟାଳୟ ଅଧୀନରେ ରହିଛି ବୀରମହାରାରଜପୁର ଓ ଉଲୁଣ୍ଡା ବ୍ଲକ୍।
ଅଫିସ୍ରେ ଜଣେ ଇନ୍ସପେକ୍ଟର, ଜଣେ ଏସ୍ଆଇ ଓ ତିନି ଜଣ କନେଷ୍ଟବଳ କାର୍ଯ୍ୟରତ ଥିଲେ ହେଁ ପାଟ୍ରୋଲିଂ ଓ ଚଢ଼ଉ ଆଦି ପାଇଁ ବିଭାଗର ନିଜସ୍ବ ଗାଡ଼ି ଖଣ୍ଡିଏ ବି ନାହିଁ। ବୀରମହାରାଜପୁର ବ୍ଲକରେ ୩ଟି ମହୁଲି ଭାଟି ରହିଛି। ଏଥି ସହ ଦୁଇଟି ଶାଖା ଭାଟି ସହ ଦୁଇଟି ବିଦେଶୀ ମଦ ଦୋକାନ ଥିବା ବେଳ ଉଲୁଣ୍ଡା ବ୍ଲକରେ ମଧ୍ୟ ୩ଟି ମହୁଲି ଭାଟି, ୨ଟି ଶାଖା ଭାଟି ଓ ଗୋଟିଏ ବିଦେଶୀ ମଦ ଦୋକାନ ରହିଛି। ସେଥିରୁ ବାର୍ଷିକ ୨ କୋଟି ୩୦ ଲକ୍ଷରୁ ଅଧିକ ରାଜସ୍ବ ଆଦାୟ ହେଉଛି। ତଥାପି ବିଭାଗୀୟ କାର୍ଯ୍ୟାଳୟ ଅବସ୍ଥା ଯେ କେହି ଆଖିରେ ନ ଦେଖିଲେ ବିଶ୍ବାସ କରିପାରିବେ ନାହିଁ। ନିଜସ୍ଵ କାର୍ଯ୍ୟାଳୟ ପାଇଁ ଆର୍ଆଣ୍ଡବି ବିଭାଗ ପକ୍ଷରୁ ସତୁରୀ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳର ଏକ ଯୋଜନା ପ୍ରସ୍ତୁତ କରି ପ୍ରାଶାସନିକ ମଞ୍ଜୁରୀ ପାଇଁ ପଠା ଯାଇଥିଲେ। ମାତ୍ର ଟଙ୍କା ନାହିଁ ବୋଲି କହି ଏହାକୁ ମଞ୍ଜୁରୀ ଦିଆଯାଇ ନଥିବା ଶୁଣିବାକୁ ମିଳୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2020/03/8f97jk98df7gjk8dg97j98dgj798dgj79dgjdgjdgjdggdjgjdjggjdgj.jpg)