ବିର୍ଲା ଗ୍ଲୋବାଲ ୟୁନିଭରସିଟି ଏବଂ ବିସିକେଆଇସି ମଧ୍ୟରେ ନବସୃଜନ ଏବଂ ଜ୍ଞାନ ସୃଷ୍ଟି ଉପରେ ବୁଝାମଣାପତ୍ର ସ୍ୱାକ୍ଷରିତ

64

କନକ ବ୍ୟୁରୋ :ବିର୍ଲା ୟୁନିଭୟସିଟି ପକ୍ଷରୁ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର ସହିତ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛିି । ଗବେଷଣା ଅନୁଷ୍ଠାନଗୁଡିକୁ ନିରବଚ୍ଛିନ୍ନ ଭାବେ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ-ଏସଟିଆଇସି ନିର୍ଦ୍ଦେଶରେ ଗଠିତ ଭାରତ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଦ୍ୱାରା ବିସିକେଆଇସି ଏକ ନୂୂତନ ପଦକ୍ଷେପ । ଏହି ସଂସ୍ଥା ସ୍ପୋକ ମଡେଲ ସୃଷ୍ଟି ଦିଗରେ ଏକାଡେମୀ, ଶିଳ୍ପ ଏବଂ କର୍ପୋରେଟ, ନବସୃଜନ ଏବଂ ଜ୍ଞାନ ସୃଷ୍ଟିକୁ ସକ୍ରିୟ ଭାବେ ଅନୁସରଣ କରିଥାଏ ।

ବିିର୍ଲା ଗ୍ଲୋବାଲ ୟୁନିଭରସିଟି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ପି ପି ମାଥୁରଙ୍କ ଦ୍ୱାରା ଅନୁଗ୍ରହିତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେୟୁର ରେଜିଷ୍ଟାର ପ୍ରଫେସର ବି.କେ ଦାସ, ବିସିକେଆଇସିର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆର, ବିସିକେଆଇସିର ସିଇଓ ଡକ୍ଟର ପ୍ରଶାନ୍ତ ସିଂ, ପ୍ରଫେସର ସାମସନ୍ ମହାରଣା (ଡିନ୍ ବିର୍ଲା ସ୍କୁଲ ଅଫ୍ କମର୍ସ) , ପ୍ରଫେସର ପରମେଶ୍ୱର ନାୟକ (ଡିନ୍ ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ) ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଏମଓୟୁ ମାଧ୍ୟମରେ ପରସ୍ପର ସହିତ ବିସିକେଆଇସିର ସଦସ୍ୟ, ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ର ଚାତ୍ରୁୀ ମାନଙ୍କ ସହିତ ଶିଳ୍ପ, ଜନହିତକର ସଂଗଠନ ଓ ସାଧାରଣ ଜନତାଙ୍କ ସହିତ କଥାବାର୍ତ୍ତା ବୃଦ୍ଧି କରି ଏକ ଅଂଶିଦାର ବିର୍ଲା ଗ୍ଲୋବାଲ ୟୁନିଭରସିଟି ସହିତ ଏସ ଆଣ୍ଡ ଟି ଇକୋ ସିଷ୍ଟମ ସୃଷ୍ଟି କରିବାର ଉର୍ଦ୍ଦେଶ୍ୟ ସ୍ଥିର କରିଛି । ଏହାହସ ଏହା କୌଣସି ଆଇନଗତ ବାଧ୍ୟତାମୂଳକ ପ୍ରତିବଦ୍ଧତା ସୃଷ୍ଟି ନକରି ସାମ୍ଭାବ୍ୟ ସହଯୋଗ ଏବଂ ସହଯୋଗର କ୍ଷେତ୍ର ଚିହ୍ନଟ କରିବାକୁ ଲକ୍ଷ୍ୟ ରଖିବ ବୋଲି କୂୁହାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶଷ୍ଠ ବ୍ୟକ୍ତିମାନଙ୍କୁ ସ୍ୱାଗତ କରିଥିଲେ ପ୍ରଫେସର ସାମସନ ମହାରଣା । ପ୍ରଫେସର ବି.କେ ଦାସ ବିସିକେଆଇସି ସହିତ ସ୍ୱାକ୍ଷରିତ ଏମଓୟୁର ଉର୍ଦ୍ଦେଶ୍ୟ ଏବଂ ଏହା ଉଭୟ ବିସିକେଆଇସି ଓ ବିଜିୟୁ ପାଇଁ କିଭଳି କାମ କରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ମାଥୁର ବିଜିୟୁର ସମସ୍ତ ବିଦ୍ୟାଳୟର ଅଧ୍ୟାପକ ମାନଙ୍କୁ ସମ୍ବୋଧିତ କରିଥିଲେ ।

ଏହାସହ ସମାଜ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନବସୃଜନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଡକ୍ଟର ମୃତ୍ୟୁଞ୍ଜୟ ସୁଆର ବିଜିୟୁ ସହିତ ହାତ ମିଳାଇ କାର୍ଯ୍ୟକରିବାକୁ ନିଜର ଉତ୍ସାହ ପ୍ରକାଶ କରିଥିଲେ । ସେ ବିସିକେଆଇସିର କାଯର୍ଯ୍ୟ ସହିତ ସମାବେଶ ବାବଦରେ ଅବଗତ କରାଇଥିଲେ । ସେ ଅଧ୍ୟାପକ ମାନଙ୍କୁ ଏକ ନବସୃଜନ କେନ୍ଦ୍ର ଭାବରେ ବିଜିୟୁର ସମସ୍ତ ରାଉଣ୍ଡ ବିକାଶ ପାଇଁ ଜ୍ଞାନ କ୍ଲଷ୍ଟରରେ ଯୋଗଦାନ କରିବାକୁ ପ୍ରେରଣା ଦେଇଥିଲେ । ବିର୍ଲା ସ୍କୁଲ ଅଫ୍ କମର୍ସର ସହକାରୀ ପ୍ରଫେସର ଶ୍ରୀମତୀ ଲୋପାମୁଦ୍ରା ନାୟକ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।