ବିରଜୁ ବଖାଣିଲେ ପାକିସ୍ତାନ ଜେଲରେ ନିର୍ଯାତନାର କାହାଣୀ : ଅନ୍ଧାର କୋଠରୀ ଭିତରେ ମରାଯାଉଥିଲା ଚାବୁକ୍

ସାଥୀରେ ଥିବା ଦୁଇ କଏଦୀଙ୍କ ଜେଲରେ ଚାଲିଯାଇଥିଲା ଜୀବନ

2,710

କନକ ବ୍ୟୁରୋ : ବିରଜୁବ ଖାଣିଛନ୍ତି ପାକିସ୍ତାନ ଜେଲରେ ନିର୍ଯାତନାର କାହାଣୀ । ଅନ୍ଧାର କୋଠରୀ ଭିତରେ କେମିତି ଚାବୁକ୍ ମରାଯାଉଥିଲା, ତାହା କ୍ୟାମେରା ଆଗରେ କହିଛନ୍ତି । ରାଂଚିରୁ ପାକିସ୍ତାନ ପହଂଚିଯିବାର ପୁରା କାହାଣୀ ବୟାନ କରିଛନ୍ତି । ଠିକ୍ ସବୁ କଥା ମନେ ପକାଇପାରୁନଥିଲେ ବି ଯେଉଁ ଅଳ୍ପ କହିଛନ୍ତି, ତାହା ଭିତରେ ରହିଛି ପାକ୍ ଯାଜନାର କଥା । ପାକ୍ ସିମାରେ ପ୍ରବେଶ କରିବା ପରେ ତାଙ୍କୁ ସିଆରପୁର ପୁଲିସ୍ ଗିରଫ କରିଥିଲା । ସେଠୁ ଅତାଦଲରେ ହାଜର କରିବା ପରେ ଲାହୋର୍ ଜେଲକୁ ପଠାଇ ଦିଆଯାଇଥିଲା ।

ଗତକାଲି କୁତ୍ରାରୁ ବିରଜୁଙ୍କୁ ତାଙ୍କ ଗାଁ କଟଙ୍ଗକୁ ଅଣାଯାଇଥିଲା । ତାଙ୍କ ଫେରିବା ଖବର ପରେ ପୁରା ଗାଁରେ ଖୁସିର ପରିବେଶ । ବିରଜୁଙ୍କୁ ଆଦିବାସୀ ପରମ୍ପରା ଅନୁସାରେ ପାଛୋଟି ଆଣାଯାଇଥିଲା । ଶାରୀରିକ ଅସୁସ୍ଥ ଥିବା ବିରଜୁଙ୍କୁ ତାଙ୍କ ଦୁଇ ଖୁଡି ଧରି ପାରମ୍ପରିକ ଢଙ୍ଗରେ ପାଛୋଟି ଆଣିଥିଲେ । ନାଗରାର ତାଳେ ତାଳେ ପାରମ୍ପରିକ ନାଚ ଓ ବନ୍ଦାପନା ଭିତରେ ଗାଁକୁ ଫେରିଥିଲେ ବିରଜୁ । ତାଙ୍କୁ ପାଖରେ ପାଇ ପରିବାର ଓ ସମ୍ପର୍କୀୟ ବେଶ୍ ଖୁସି ।