ପାକିସ୍ତାନର ଲାହୋର ଜେଲରେ ରହି ୨୫ ବର୍ଷ ପରେ ସୁନ୍ଦରଗଡ଼ ଫେରୁଛନ୍ତି ବିରଜୁ । ଆଣିବା ପାଇଁ ଅମୃତସରରେ ପହଞ୍ଚିଲା ପ୍ରଶାସନିକ ଟିମ୍

191

କନକ ବ୍ୟୁରୋ : ପାକିସ୍ତାନ ଲାହୋର ଜେଲରେ ୨୫ ବର୍ଷ ରହିବା ପରେ ଜନ୍ମ ମାଟିକୁ ଫେରୁଛନ୍ତି ଓଡ଼ିଆ ପୁଅ ବିରଜୁ । ବିରଜୁ ନିଜ ଗାଁକୁ ଫେରାଇଆଣିବାକୁ ଅମୃତସର ନାରୟଣଗଡ଼ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଟିମ ପହଚିଂବା ପରେ କନକ ନ୍ୟୁଜକୁ ମିଳିଛି ବିରଜୁଙ୍କ ପ୍ରଥମ ଭିଡିଓ । ଦୀର୍ଘ ୨୫ ବର୍ଷ ଲାହୋର ଜେଲରେ ରହିବା ପରେ ନିଜ ମାତୃଭାଷା ଭୁଲିଯାଇଛନ୍ତି ବିରଜୁ । ବିରଜୁ ଫେରିଆସିବା ଖବର ଜଣାପଡିବା ପରେ ସୁନ୍ଦରଗଡ କୁତ୍ରା ବ୍ଲକ କଟଙ୍ଗ ଗାଁରେ ଖୁସିର ମାହୋଲ ଖେଳିଯାଇଛି ।

ଲାହୋର ଜେଲରେ ୨୫ ବର୍ଷ କାଟିବା ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବିରଜୁ କୁଲୁଙ୍କୁ ପାକିସ୍ତାନ ସରକାର ଭାରତ ସରାକରଙ୍କୁ ଗତ ୨୬ରେ ବାଘା ବୋର୍ଡ ଠାରେ ହସ୍ତାନ୍ତର କରିଥିଲା । ଅମୃତସରରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍ ପହଚିଂଲା ପରେ ବିର୍ଜୁ କୁଲୁ ଙ୍କୁ ନିଜ ଜନ୍ମମାଟି କୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବ ।

ବିର୍ଜୁ ନିଜ ଘର କୁ ଫେରି ଆସିବା ପରେ ତାଙ୍କର ପ୍ରଥମେ ଆଧାରକାର୍ଡ କରି ଦିଆଯିବା ପରେ ଭୋଟର କାର୍ଡ଼ ,ରାସନକାର୍ଡ ଏହିଭଳି ଭାବରେ ପର୍ଯ୍ୟାୟ କ୍ରମେ ଆବସ ଯୋଜନା ର ଘର ସହ ସମସ୍ତ ସୁବିଧା ପ୍ରଦାନ କରିଦିଆଯିବ । ଏହା ସହ ତାଙ୍କୁ ତାଙ୍କର ସମସ୍ତ ମୌଳିକ ଅଧିକାର ପ୍ରଶାସନ ଅତିଶୀଘ୍ର ପୂରଣ କରିବ ବୋଲି କହିଛନ୍ତି କୁତ୍ରାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ରାୟ ।