ଅର୍ଜୁନ ପୁରସ୍କାର ପାଇବେ ଦୁଇ ଓଡିଆ । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମିଳିବ ଏହି ପୁରସ୍କାର

83

କନକ ବ୍ୟୁରୋ: ଆଜି ଜାତୀୟ ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ଓଡିଶା ପାଇଁ ଖୁସି ଖବର ରହିଛି । ଓଡିଶାରୁ ପ୍ରଥମ ଥର ପାଇଁ ଏକାଥରେ ୩ ଜଣଙ୍କ ନାଁ ଏଥିରେ ମନୋନୀତ କରାଯାଇଛି । ଖେଳରତ୍ନ ପାଇଁ ପ୍ରମୋଦ ଭଗତଙ୍କ ନାଁ ମନୋନୀତ କରାଯାଇଥିବା ବେଳେ ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମନୋନୀତ କରାଯାଇଛି । ନଭେମ୍ବର ୧୩ ତାରିଖରେ ନୂଆଦିଲ୍ଲୀଠାରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ପ୍ରଥମ ଥର ପାଇଁ ପ୍ରମୋଦ ଭଗତ ଓଡିଶାରୁ ଏହି ସମ୍ମାନ ଜନକ ପୁରସ୍କାର ପାଇବେ । ଅନ୍ୟପକ୍ଷରେ ବୀରେନ୍ଦ୍ର ଓ ଅମିତଙ୍କ ପୂର୍ବରୁ ୯ଜଣ ଓଡ଼ିଆ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି । ଏଥିପାଇଁ ଓଡିଶାରେ ଖୁସିର ଲହରୀ ଖେଳିଯାଇଛି ।