ଶୀତ ବଢୁଛି, ମଙ୍ଗଳାଯୋଡିରେ ବିଦେଶାଗତ ପକ୍ଷୀଙ୍କ ଭିଡ ଜମୁଛି । ପ୍ରତିବର୍ଷ ୨୦୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ହୁଏ ଆଗମନ, ଏଥର କରୋନା ପାଇଁ ଖାଁ ଖାଁ ପକ୍ଷୀ ଅଭୟାରଣ୍ୟ ।

115

କନକ ବ୍ୟୁରୋ : ଶୀତ ଆଗମନ ସହିତ ଆସିଛି ପର୍ଯ୍ୟଟନ ଋତୁ । ହେଲେ ଏଥର କରୋନା କଟକଣା କାରଣରୁ ଫିକା ପଡିଛି ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ମଙ୍ଗଳା ଯୋଡି । ଶୀତ ଆସିବା ସହିତ ପକ୍ଷୀଙ୍କ କଳରବରେ କମ୍ପି ଉଠୁଛି ମଙ୍ଗଳା ଯୋଡି । ହେଲେ ପର୍ଯ୍ୟଟକ ନଥିବାରୁ ମଙ୍ଗଳା ଯୋଡି ଲାଗୁଛି ଖାଁ ଖାଁ ।

ଖୋର୍ଦ୍ଧା ଜିଲା ଟାଙ୍ଗି ନିକଟ ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟ । ଶୀତ ଆଗମନ ସହ ବିଭିନ୍ନ ଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଛୁଟି ଆସନ୍ତି ଏଠାକୁ । ଏଥର ଶୀତ ଆଗମନ ସହିତ ମଙ୍ଗଳା ଯୋଡିରେ ଦେଖା ଦେଇଛି ବିଦେଶାଗତ ପକ୍ଷୀଙ୍କ ଭିଡ । ପକ୍ଷୀ ସୁରକ୍ଷାକୁ ନେଇ ପକ୍ଷୀ ସୁରକ୍ଷା କମିଟିର ସଦସ୍ୟ ନିଜ ନିଜର ଡଙ୍ଗା ପ୍ରସ୍ତୁତିରେ ଲାଗିଛନ୍ତି । କଟକଣା ଭିତରେ ପର୍ୟ୍ୟଟକଙ୍କୁ ମଙ୍ଗଳାଯୋଡି ବୁଲାଇ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ବର୍ତମାନ ମଙ୍ଗଳାଯୋଡିରେ ପାଖାପାଖି ୮୦ ରୁ ୧୦୦ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇ ସାରିଲାଣି । ପ୍ରାୟ ୨ ରୁ ୩ ମାସ ରହଣୀ ହେବ ଏ ପକ୍ଷୀ ମାନଙ୍କର । ସମୟ ବଢିବା ସହ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ବି ଆହୁରି ବଢିବ । କରୋନା କଟକଣା କିଛିଟା କୋହଳ କଲେ ପର୍ଯ୍ୟଟକଙ୍କୁ ମଙ୍ଗଳା ଯୋଡି ବୁଲାଇ ଦି ପଇସା ରୋଜଗାର କରୁଥିବା ନାଉରିଆ ମାନେ ଉପକୃତ ହେବେ ବୋଲି ପ୍ରଶାସନକୁ ନିବେଦନ କରିଛନ୍ତି ।