ସୋରରେ ପକ୍ଷୀ ମଡକ ପରେ କମିଲା କୁକୁଡା ଦର । କିଲୋ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି ଚିକେନ୍ । ଲୋକଙ୍କ ଭିତରେ ବାର୍ଡଫ୍ଲୁ ଛନକା

Advertisment
ସୋରରେ ପକ୍ଷୀ ମଡକ ପରେ କମିଲା କୁକୁଡା ଦର । କିଲୋ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି ଚିକେନ୍ । ଲୋକଙ୍କ ଭିତରେ ବାର୍ଡଫ୍ଲୁ ଛନକା

କନକ ବ୍ୟୁରୋ: ସୋରରେ ପକ୍ଷୀ ମଡକ ପରେ କମିଲା କୁକୁଡା ଦର । କିଲୋ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି ଚିକେନ । ହେଲେ ବାର୍ଡ ଫ୍ଲୁ ହୋଇଥିବା ଆଶଙ୍କାରେ ଲୋକଙ୍କ ମଧ୍ୟରେ ଚିକେନ କିଣିବାକୁ ସେଭଳି ଆଗ୍ରହ ନାହିଁ । ତେଣୁ ଦର କମିଥିଲେ ମଧ୍ୟ କୁକୁଡା ବିକ୍ରି କମ୍ ରହିଛି । ସୋରରେ ରାଜପଥ କଡରେ ଗଦା ହୋଇଛି ହଜାର ହଜାର ମଲା କୁକୁଡା । ଗାଁ ଗହଳି ଓ ସହରରେ ମରୁଥିବା କୁକୁଡାଙ୍କ ପାଇଁ ବାର୍ଡ ଫ୍ଲୁ ଆତଙ୍କ ହୋଇଥିବା ଆଶଙ୍କା କରାଯାଉଛି ।

publive-image

ସୂଚନା ଅନୁସାରେ, ଗତ ୩ ଦିନ ମଧ୍ୟରେ ସୋରରେ ମରିଲେଣି ହଜାର ହଜାର କୁକୁଡ଼ା । ଖାଲି ବ୍ରୟେଲର ନୁହେଁ, ଦେଶୀ କୁକୁଡ଼ା ବି ମରିଥିବା ଖବର ମିଳିଛି। ସୋର ମ୍ୟୁନିସିପାଲିଟି ଅଞ୍ଚଳର ପଠାଣମହଲା, ପାରମହଲା, କାଶୀପୁର, ରାଇପୁର, କେଦାରପୁର ଆଦି ଗାଁରେ କୁକୁଡ଼ା ମରିଛନ୍ତି। ମଲା କୁକୁଡ଼ାକୁ ବ୍ୟବସାୟୀମାନେ ରାଜପଥ କଡ଼ରେ ଫିଙ୍ଗିଛନ୍ତି। ଏଗୁଡ଼ିକୁ ନଷ୍ଟ କରିବା ପାଇଁ କିନ୍ତୁ କିଛି ପଦକ୍ଷେପ ନିଆଯାଇନାହିଁ। ଏନେଇ ଖବର ପ୍ରଚାରିତ ହେବା ପରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ରକ୍ତ ନମୁନା ସଂଗ୍ରହ କରିଥିଲେ । ଏବଂ କହିଥିଲେ ଯେ, ବାର୍ଡ ଫ୍ଲୁର ଆଶଙ୍କା ନାହିଁ। ତେବେ ଏ ମଡ଼କ ପରେ କୁକୁଡ଼ା ବିକ୍ରି କମିଯାଇଛି। କେଜି ୪୦ଟଙ୍କାକୁ ଖସିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe