କନକ ବ୍ୟୁରୋ: ଅହମଦାବାଦରୁ ଦିଲ୍ଲୀ ଯାଉଥିଲା ଆକାଶା ବିମାନ । ମଝିରେ ଆକାଶ ମଝିରେ ଧକ୍କା ହେଲା ପକ୍ଷୀ । ଫଳରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଦିଲ୍ଲ୍ୀ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି ଆକାଶା ବିମାନ ।
ଏହି ବିମାନ କ୍ୟୁପି -୧୩୩୩ । ଏହା ମ୍ୟାକ୍ସ କମ୍ପାନୀର ବି-୭୩୭-୮ ଏୟାରକ୍ରାପ୍ଟ । ଏହା ପୂର୍ବରୁ ମଧ୍ୟ ଆକାଶା ଏୟାରଲାଇନ୍ସରେ ବିଭ୍ରାଟ ଦେଖାଯାଇଛି । ଏହା ପୂର୍ବରୁ ଅକ୍ଟୋବର ୧୫ ତାରିଖରେ ଉଡାଣ ଭରିଥିବା ଏକ ଆକାଶା ବିମାନର କ୍ୟାବିନରୁ ପୋଡିଯିବା ଗନ୍ଧ ଆସିବାରୁ ବିମାନଟିକୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରରଣ କରିବାକୁ ପଡିଥିଲା ।
Follow Us