କନକ ବ୍ୟୁରୋ : ଆମେରିକାରେ ଏକ ବିମାନ ଦୁର୍ଘଟଣାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ବିମାନ ଦୁର୍ଘଟଣା ହୋଇଥିଲେ ବି ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନରେ ଥିବା ୧୦୦ ଯାତ୍ରୀ ଯେଭଳି ସୁରକ୍ଷିତ ଭାବେ ଉହ୍ଲାଇ ଆସିଛନ୍ତି ତାହାକୁ ନେଇ ପାଇଲଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯାତ୍ରୀମାନେ ।
ସୂଚନା ମୁତାବକ ଆମେରିକାର ନ୍ୟୁଜର୍ଷି ଆଟଲାଣ୍ଟିକ ସିଟ ବିମାନବନ୍ଦରରୁ ଏକ ବିମାନ ଉଡାଣ ଆରମ୍ଭ କରିବା ମାତ୍ରେ ଏକ ପକ୍ଷୀ ବିମାନର ଇଂଜିନରେ ଧକ୍କା ହୋଇଥିଲା । ଏହା ଫଳରେ ହଠାତ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏହି ବିମାନରେ ୧୦୦ ଜଣ ଯାତ୍ରୀ ଥିଲେ ଓ ବିମାନ ଜଳୁଥିବାର ଦେଖି ସେମାନେ ଭୟଭିତ ହୋଇପଡିଥିଲେ । ଜୀବନ ବିକଳରେ ବିମାନ ଭିତରେ ସେମାନେ ଧାଁ ଦଉଡ କରୁଥିବା ବେଳେ ପାଇଲଟ ଏକ ଉପସ୍ଥିତ ବୁଦ୍ଧି ଖଟାଇଥିଲେ । ସେ ହଠାତ ବିମାନରୁ ଉହ୍ଲାଇବାକୁ ଥିବା ଶିଡିକୁ ଫଙ୍କସନ କରିଥିଲେ ଓ ଯାତ୍ରୀମାନଙ୍କୁ ତୁରନ୍ତ ଉହ୍ଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଯାତ୍ରୀମାନଙ୍କର ବ୍ୟାଗ ବିମାନ ଭିତରେ ରହିଯାଇଥିଲା ।
Passengers evacuate Spirit Airlines flight NK3044 on the runway at Atlantic City Airport after the engine caught fire following a bird strike. No injuries reported. https://t.co/0Fe4JyEGfTpic.twitter.com/oMQr79j6Cg
— Breaking Aviation News & Videos (@aviationbrk) October 3, 2021
ଏନେଇ ସୂଚନା ପାଇବା ପରେ ବିମାନବନ୍ଦର ଦମକଳ ବାହିନୀ ପହଂଚିବା ବେଳକୁ ସମସ୍ତ ଯାତ୍ରୀ ଓ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ଉହ୍ଲାଇ ଆସିଥିଲେ । ଏନେଇ ସାଉଥ୍ ଜର୍ଷି ଟ୍ରାନ୍ସପୋଟେସନ ଅଥରେଟି କହିଛନ୍ତି କି ଏୟାରବସ ଏ-୩୨୦ ବିମାନରେ ୧୦୯ ଜଣ ଯାତ୍ରୀ ଥିଲେ । ସେମାନେ ସମସ୍ତେ ସୁରକ୍ଷିତ ଭାବେ ଉହ୍ଳାଇ ଆସିଛନ୍ତି ।