ବ୍ୟାପୁଛିକି ବାର୍ଡ ଫ୍ଲୁ !! କୋଇଡାରେ କାଉ ଓ କୁକୁଡା ମରି ପଡିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ

Advertisment
ବ୍ୟାପୁଛିକି ବାର୍ଡ ଫ୍ଲୁ !! କୋଇଡାରେ କାଉ ଓ କୁକୁଡା ମରି ପଡିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍‌ ଅଞ୍ଚଳରେ କାଉ ଓ କୁକୁଡ଼ା ମଡକ ଦେଖିବାକୁ ମିଳିଛି। ରବିବାର ସକାଳେ ଅନେକସ୍ଥାନରୁ ମଲା କାଉ ଓ କୁକୁଡ଼ା ଉଦ୍ଧାର କରାଯିବା ପରେ ସାଧାରଣରେ ଭୟ ଓ ଆଶଙ୍କା ପ୍ରକାଶ ପାଇଛି। ଅତ୍ୟଧିକ ଥଣ୍ଡା ନା ବାର୍ଡ ଫ୍ଲୁ ପାଇଁ ଏଭଳି ପକ୍ଷୀ ମଡ଼କ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। କୋଇଡା ପ୍ରାଣୀ ଚିକିତ୍ସା ବିଭାଗ କାଉ ଓ କୁକୁଡାଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ କରିବା ସହ ୫ଟି କୁକୁଡ଼ା ଦୋକାନରୁ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ କଟକ ପ୍ରାଣୀ ଚିକିତ୍ସା ବିଜ୍ଞାନାଗାରକୁ ପଠାଇଛି। କୋଇଡା ନିୟୁ ଗାର୍ଡନ କଲୋନି ଓ କୋଇଡା ଥାନା ପାଖରେ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା।

ସେହିପରି ଧୁବଲାବେଢ଼ା ଠାରେ ବହୁ ସଂଖ୍ୟାରେ କୁକୁଡ଼ା ମରି ଯାଇଥିଲେ। ତିନି ଦିନ ଧରି ଲଗାଣ ବର୍ଷା ପରେ ତାପମାତ୍ରା କମିବା କାରଣରୁ ହେଉ କିମ୍ବା ବାର୍ଡ ଫ୍ଲୁ ପାଇଁ ଏହି ପକ୍ଷୀ ମଡ଼କ ହୋଇଥିବା ଆଲୋଚନା ହେଉଛି। ଖବର ପାଇ କୋଇଡା ପ୍ରାଣୀ ଚିକିତ୍ସାଳୟର ଦୁଇ ଜଣିଆ ଟିମ ଡାକ୍ତର ନୀଳମାଧବ ସାହୁ ଏବଂ ପ୍ରାଣୀଧନ ନିରୀକ୍ଷକ ରାକେଶ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ କାଉ ଏବଂ କୁକୁଡ଼ାକୁ ଜବତ କରି ବ୍ୟବଚ୍ଛେଦ କରିଛନ୍ତି। ପରେ ଉଭୟ କୋଇଡା କୁକୁଡ଼ା ବଜାରରେ ପହଞ୍ଚି ୫ଟି ଦୋକାନରୁ ରକ୍ତ ନମୁନା ସଂଗ୍ରହ କରିଥିଲେ। ରକ୍ତ ନମୂନାକୁ ପରୀକ୍ଷା ପାଇଁ କଟକ ପ୍ରାଣୀ ଚିକିତ୍ସା ପାଥୋଲାବକୁ ପଠାଇ ଥିଲେ। କୁକୁଡ଼ା ଓ କାଉ ମଡ଼କ ଘଟଣା ପ୍ରଘଟ ହେବା ପରେ ସାଧାରଣରେ ବାର୍ଡ ଫ୍ଲୁ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe