କୁକୁଡା ଗୋଟାକୁ ୩୦ ଟଙ୍କା , ପୁରୀ ପିପିଲିରେ କୁକୁଡା ମଡ଼କ ଯୋଗୁଁ ଶାସ୍ତାରେ ବିକ୍ରି ହେଉଛି କୁକୁଡା

କୁକୁଡା ଗୋଟାକୁ ୩୦ ଟଙ୍କା , ପୁରୀ ପିପିଲିରେ କୁକୁଡା ମଡ଼କ ଯୋଗୁଁ ଶାସ୍ତାରେ ବିକ୍ରି ହେଉଛି କୁକୁଡା

କନକ ବ୍ୟୁରୋ: ଚିକେନ୍ ଗୋଟାକୁ ୩୦ ଟଙ୍କା, ପୁରୀ ପିପିଲିରେ କୁକୁଡ଼ା ମଡ଼କ। ଅଜଣା ରୋଗରେ ପଡି ହଜାର ହଜାର କୁକୁଡାଙ୍କ ମୃତ୍ୟୁ। ଭୁବନେଶ୍ୱର-ପୁରୀ ରାସ୍ତାରେ କୁଢ କୁଢ ମଲା କୁକୁଡା ପଡିଥିବା ଦେଖିବାକୁ ମିଳିଛି। କୁକୁଡା ମଡ଼କ ପ୍ରଭାବରେ ପୁରୀ ପିପିଲି ସମେତ ବିଭିନ୍ନ ଅଞ୍ଚଳରେ ଚିକେନ୍ ଗୋଟାକୁ ୩୦ ଟଙ୍କା ଦରରେ ବିକ୍ରି କରିଦିଆଯାଉଛି।

ଅଜଣା ରୋଗରେ ପଡି କୁକୁଡାଙ୍କ ମୃତ୍ୟୁ ହେଉଥିବା ବେଳେ ଚାଷୀମାନେ ମଲା କୁକୁଡାଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଉଛନ୍ତି। ପୁରୀର ପିପିଲି ,ଡେଲାଙ୍ଗ ,କଣାସ , ସତ୍ୟବାଦୀ ଓ ବଳଙ୍ଗା ଅଞ୍ଚଳରେ କୁକୁଡା ମଡ଼କର ପ୍ରଭାବ ପଡିଛି। ଜାତୀୟ ରାଜପଥ କଡ଼ରେ ତେଇସଁପୁର ଠାରୁ ମଙ୍ଗଳ ପୁର ପର୍ୟ୍ୟନ୍ତ ରାସ୍ତାକଡ଼ରେ ମଲା କୁକୁଡା ଫିଙ୍ଗିଦିଆଯାଉଥିବା ଦେଖିବାକୁ ମିଳିଛି।

ପୁରୀ ଜିଲ୍ଲାରେ ମୋଟ ୧୩୦୦ ଜଣ କୁକୁଡା ଚାଷୀ ରହିଥିବା ବେଳେ ପିପିଲି ବ୍ଲକର ୨୫ଟି ପଞ୍ଚାୟତରେ ୪୯୩ ଜଣ ଡେଲାଙ୍ଗ ବ୍ଲକର ୨୧ଟି ପଂଚାୟତରେ ୨୦୫ଜଣ କୁକୁଡା ଚାଷୀ ରହିଛନ୍ତି। ପ୍ରକୃତ କୁକୁଡା ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି। ସେପଟେ ମଲା କୁକୁଡ଼ାର ନମୁନା ଭୁବନେଶ୍ୱର ଲାବ୍ରୋଟୋରିକୁ ପଠାଯାଇଛି। ୪ଦିନ ଭିତରେ ରିର୍ପୋଟ ଆସିଲା ପରେ ରୋଗର କାରଣ ଜଣାପଡିବ। ଏହା ପରେ ନିରାକରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ପିପିଲି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe