କନକ ବ୍ୟୁରୋ : କଟକରେ ବାର୍ଡ ଫ୍ଲୁ ଆତଙ୍କ । ସହରରେ ଥିବା ବିଭିନ୍ନ ଚିକେନ ସେଂଟରେ ନୋଟିସ ଲଗାଇଛି ଫୁଡ ସେଫ୍ଟି କର୍ମଚାରୀ । ୩ମାସ ପର୍ଯ୍ୟନ୍ତ ସହରରେ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟ ବିକ୍ରି ଉପରେ ନିଷେଧାଦେଷ ଜାରି କରାଯାଇଛି ।
କଟକ ଖପୁରିଆସ୍ଥିିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ହେବା ଜଣା ପଡିବା ପରେ ସତର୍କତାମୂଳକ ପଦକ୍ଷେପ ସୂରୂପ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଏହା ସହିତ ଏହି ରୋଗ ଯେଭଳି ଆଗକୁ ନ ବ୍ୟାପି ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଖବର ପ୍ରଚାର ହେବା ପରେ ଚାଂଚଲ୍ୟ ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/bird-flu-pixabay_650x400_41519839365.jpg)
/kanak/media/post_attachments/wp-content/uploads/2019/03/birdflu12-300x225.jpg)