କାଲି ଠାରୁ ମରାଯିବ କୁକୁଡା । ଗଠନ ହେଲା ୧୨ଟି ଟିମ । ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଓୟୁଏଟି ଠାରୁ ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ କୁକୁଡା ମରା ଅଭିଯାନ

580

କନକ ବ୍ୟୁରୋ: କାଲି ଠାରୁ ମରାଯିବ କୁକୁଡା । ଆସନ୍ତାକାଲି ଠାରୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ । ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଓୟୁଏଟି ଠାରୁ ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଯାଏଁ କୁକୁଡା ମରା ଅଭିଯାନ ଚାଲୁ ରହିବ ।

ତେବେ କୁକୁଡା ମରା ପାଇଁ ୧୨ଟି ଟିମ ଗଠନ ହୋଇଛି । ୭ଟି ଟିମ କୁକୁଡା ମାରିବ ଓ ୫ଟି ଟିମ ମରାଯାଇଥିବା କୁକୁଡାଙ୍କୁ ପୋତିବେ । ସେପଟେ ବାର୍ଡ ଫ୍ଲୁ ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର । ସୂଚାନ ତ୍ୱରାନ୍ୱିତ ପାଇଁ ନିୟନ୍ତ୍ରଣ କକ୍ଷ ରହିଛି । ଜିଲ୍ଲା ଓ ରାଜ୍ୟସ୍ତରରେ ନିୟନ୍ତ୍ରଣ କକ୍ଷ ଏଥିପାଇଁ କାର୍ଯ୍ୟ କରୁଛି । ତେବେ କଟକ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ଟେଲିଫୋନ ନମ୍ବର- ୦୬୭୧୨୪୧୪୩୧୦ ଏବଂ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର- ୦୬୭୪ ୨୫୪୦୪୨୫ ।

ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଓୟୁଏଟି ପକ୍ଷରୁ ସୂଚନା ଦିଆଯିବା ପରେ ଭୁବନେଶ୍ୱରରେ ଦେଖାଦେଇଛି ବାର୍ଡ ଫ୍ଲୁ ଆତଙ୍କ । ଓୟୁଏଟି ପାଥୋଲଜି ବିଭାଗର ମୁଖ୍ୟ ସୁଶେନ ପଣ୍ଡା ଏହି ସୂଚନା ଦେଇଛନ୍ତି ।

ତେବେ ଗତକାଲି ଓୟୁଏଟି ଫାର୍ମରେ କୁକୁଡାଙ୍କର ଅସ୍ୱାଭାବିକ ମୃତ୍ୟୁ ହେଉଥିଲା । ଆଉ କୁକୁଡାଙ୍କ ନମୁନା ସଂଗ୍ରହ କରିବା ପରେ ଭୋପାଳ ପଠାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ବାର୍ଡ ଫ୍ଲୁ ହୋଇଥିବା ଜଣାପଡିଥିଲା । ଆଉ ସଙ୍ଗେସଙ୍ଗେ ସେମାନଙ୍କୁ ମରାଯାଇଥିଲା

ସେପଟେ ବାର୍ଡ ଫ୍ଲୁ ଆଶଙ୍କାରେ ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର । ପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସଂକ୍ରମିତ ନହେବାକୁ ନିଆଯାଇଛି ସତର୍କତା । ବାର୍ଡ ଫ୍ଲୁ ଆଶଙ୍କାର ବଡ ପଦକ୍ଷେପ ନେଇ ପକ୍ଷୀ ବିହାରକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଆସନ୍ତାକାଲି ଠାରୁ ପକ୍ଷୀ ବିହାର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏଁ ପକ୍ଷୀ ବିହାରକୁ ଖୋଲା ଯିବନି । ବାର୍ଡ ଫ୍ଲୁ ପାଇଁ କେବଳ ପକ୍ଷୀ ବିହାର ବନ୍ଦ ରହିବ । ମାତ୍ର ନନ୍ଦନକାନନ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।