କନକ ବ୍ୟୁରୋ : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି । କିଛି ସ୍ଥାନରେ କୁକୁଡା ଓ ପକ୍ଷୀ ଗୁଡିକ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରୁଥିବାର ଖବର ସାମ୍ନାକୁ ଆସୁଛି । ଶହ ଶହ ସଂଖ୍ୟାରେ ପକ୍ଷୀ ଗୁଡିକ ମରୁଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛି । ଏସବୁ ଭିତରେ ବାର୍ଡ ଫ୍ଲୁକୁ ନେଇ ବଡ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖା ଦେଇଥିବା ନେଇ ସୂଚନା ଦେଇଛନ୍ତି ମୋଦି । କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜୁରାଟ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ସ୍ପଷ୍ଟ କରିଛନ୍ତି ମୋଦି ।
Bird Flu has been confirmed in Kerala, Rajasthan, HP, Gujarat, Haryana, UP, MP, Delhi and Maharashtra. Poultry farms, zoos, water bodies have to be constantly monitored to control the spread of Bird Flu: Prime Minister Narendra Modi pic.twitter.com/CRFEgUjKXo
— ANI (@ANI) January 11, 2021
ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏହି ସୂଚନା ଦେବା ସହ ବାର୍ଡ ଫ୍ଲୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ କୁକୁଡା ଫାର୍ମ, ପ୍ରାଣୀ ଉଦ୍ୟାନ, ଜଳ ସମ୍ପଦ ଉପରେ ନିରନ୍ତର ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ ମହାମାରୀ ଭିତରେ ବାର୍ଡ ଫ୍ଲୁର ମୁକାବିଲା କରିବା ଏବେ ଅନେକ ଗୁଡିଏ ରାଜ୍ୟ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡା ହେବ ।