ଗୁଣ୍ଡୁରୀ ଚଢ଼େଇ ଚାଷ ଯୋଗାଉଛି ରୋଜଗାର: ବିଭିନ୍ନ ସହରକୁ ଅଣ୍ଡା ଓ ମାଂସ ପଠାଇ କରଛନ୍ତି ରୋଜଗାର

183

କନକ ବ୍ୟୁରୋ: ଗୁଣ୍ଡୁରୀ ଚଢ଼େଇ ଚାଷ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବେଶ୍ ଲାଭବାନ ହୋଇପାରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମା ଗ୍ରାମର ପ୍ରଫୁଲ୍ଲ ମହାପାତ୍ର । ୟୁଟ୍ୟୁବରୁ ଗୁଣ୍ଡୁରୀ ଚଢ଼େଇ ଚାଷ ବିଷୟରେ ଜାଣି ସେ ଏଥିପ୍ରତି ମନ ବଳାଇଥିଲେ । ନିଜ ଗାଁରେ ଆରମ୍ଭ କଲେ ଏହି ଚାଷ । ମୂଳଧନ ଥିଲା ମାତ୍ର ଅଢ଼େଇ ଲକ୍ଷ ଟଙ୍କା । ଆଧୁନିକ ଉପାୟରେ ଅଣ୍ଡା ଉତ୍ପାଦନ କରି ସେଥିରୁ ମେସିନ ମାଧ୍ୟମରେ ଛୁଆ ଫୁଟାଯାଉଛି । ନିଜେ ଭଲ ଦି’ପଇସା ରୋଜଗାର କରି ଆତ୍ମନିର୍ଭଶୀଳ ହେବା ସହ ଅନ୍ୟ ଯୁବଚାଷୀଙ୍କ ପାଇଁ ପ୍ରେରଣ ପାଲଟିଛନ୍ତି ।

ଗୁଣ୍ଡୁରୀ ଚଢ଼େଇ ମାଂସ ସହ ଏହାର ଅଣ୍ଡାର ବେଶ୍ ଚାହିଦା ରହିଛି । ବାତ ରୋଗରୁ ଆରମ୍ଭ କରି ମଧୁମେହ ଓ ହୃଦରୋଗ ଉପଶମରେ ଗୁଣ୍ଡୁରୀ ଚଢ଼େଇ ମାଂସ ଓ ଅଣ୍ଡା ଉପକାରୀ ବୋଲି କୁହାଯାଉଛି । ପ୍ରଫୁଲ ନିଜ ଫାର୍ମରୁ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ପରି ବିଭିନ୍ନ ଜାଗାକୁୁ ଗୁଣ୍ଡୁରୀ ଚଢ଼େଇ, ଏହାର ମାଂସ ଓ ଅଣ୍ଡା ପଠାଇଥାନ୍ତି । କୁକୁଡ଼ା ଯେଉଁ ଖାଦ୍ୟ ଖାଏ, ଏହି ଚଢ଼େଇ ମଧ୍ୟ ସେହି ଖାଦ୍ୟ ଖାଏ । ତେଣୁ ଏହି ଚଢ଼େଇ ଚାଷ ସେତେ କଷ୍ଟକର ନୁହେଁ । ଏହି ଚଢ଼େଇ ଜଙ୍ଗଲୀ ପ୍ରଜାତିର ହାଇବ୍ରିଡ, ତେଣୁ ଏହାର ଚାଷ ମଧ୍ୟ ଆଇନସମ୍ମତ ।