ଚିଲିକାରେ ପକ୍ଷୀଗଣନା: ୨୧ଟି ଟିମ୍ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମର ୫ଟି ରେଞ୍ଜରେ କରୁଛନ୍ତି ଗଣତି; ଦିନ ୨ଟା ଯାଏଁ ହ୍ରଦ ଭିତରକୁ ଯିବାକୁ ପର୍ଯ୍ୟଟକଙ୍କୁ ମନା

113

କନକ ବ୍ୟୁରୋ: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ଗଣନା ପାଇଁ ୨୧ଟିମରେ ୧୧୧ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଗଣନାରେ ବନ୍ୟପ୍ରାଣୀ ବିଭାଗ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ର, ପକ୍ଷୀ ବିଷାରଦମାନେ ସାମିଲ ଅଛନ୍ତି । ଏହି ଟିମ୍ ପୁରୀ ଜିଲ୍ଲାର ସାତପଡ଼ା, ଗଂଜାମ ଜିଲ୍ଲାର ରମ୍ଭା ଓ ଖୋର୍ଦ୍ଧା ଜିଲ୍ଲାର ବାଲୁଙ୍ଗା ଅଂଚଳରେ ଗଣନା କରୁଛନ୍ତି । ମୋଟ ପାଂଚଟି ରେଂଜରେ ଏହି ଗଣନା କାର୍ଯ୍ୟ ଚାଲୁ ରହିଛି । ଖୋର୍ଦ୍ଧା ଚିଲିକା ମଙ୍ଗଳଯୋଡ଼ିରେ ୬ଟିମ୍ ଗଣନା କରୁଛି ।

ବର୍ତମାନ ସୁଦ୍ଧା ଚିଲିକାରେ ୨୦୦ ପ୍ରଜାତିର ଲକ୍ଷାଧିକ ବିଦେଶୀ ପକ୍ଷୀ ସାମଗମ ହୋଇଥିବା ଅନୁମାନ କରାଯାଉଛି । ସେହିପରି ଏହି ଗଣନା କାର୍ଯ୍ୟରେ ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଆଜି ପ୍ରାୟ ଦିନ ୨ଟା ସୁଧା ଗଣନା ସାରିବାକୁ ଲକ୍ଷ ରଖାଯାଇଛି । ସେହିପରି ଚଳିତ ବର୍ଷ କେତେ ପ୍ରଜାତିର ପକ୍ଷୀ ନୂଆ କରି ଆସିଛନ୍ତି ଏବଂ କେତେ ପକ୍ଷୀ କମିଛନ୍ତି ସେସବୁକୁ ମଧ୍ୟ ଅନୁଧ୍ୟାନ କରାଯାଉଛି । ପକ୍ଷୀ ଗଣନା ପାଇଁ ଆଜି ଦିନ ୨ଟା ପର୍ଯ୍ୟନ୍ତ ଚିଲିକା ଭିତରକୁ ପର୍ଯ୍ୟଟକଙ୍କୁ ଯିବାକୁ ବାରଣ କରାଯାଇଛି ।