କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ନେଉନି । ବୀରଭୂମରେ ୮ଜଣଙ୍କୁ ଜୀଅନ୍ତା ଜଳାଇ ହତ୍ୟା କରିବା ଘଟଣାର ତାତି ନକମୁଣୁ ତୃଣଭୂଳ କଂଗ୍ରେସର ଆଉ ଜଣେ ନେତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଘଟଣା ବୁଧବାର ବିଳମ୍ବିତ ରାତିରେ ହୋଇଛି । ପୀଡିତ ନେତା ହେଉଛନ୍ତି ସହଦେବ ମଣ୍ଡଳ । ସେ ଟିଏମସିର ସ୍ଥାନୀୟ କର୍ମକର୍ତ୍ତା । ତାଙ୍କ ପତ୍ନୀ ବଗୁଳା ଗ୍ରାମ ପଞ୍ଚାୟତର ସଦସ୍ୟା ଅଛନ୍ତି ।

Advertisment

ସ୍ଥାନୀୟ ଲୋକେ ଲହୁଲୁହାଣ ଅବସ୍ଥାରେ ସହଦେବଙ୍କୁ ରାସ୍ତା କଡରୁ ପାଇବା ପରେ ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ  ।ସେଠରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୃଷ୍ଣାନଗର ଶକ୍ତିନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କହିରଖୁଁ, ପଶ୍ଚିମବଙ୍ଗ ବୀରଭୂମର ଟିଏମସିର ଜଣେ ପଞ୍ଚାୟତ ନେତାଙ୍କୁୁ ଏହା ପୂର୍ବରୁ ହତ୍ୟା କରାଯାଇଥିଲା । ଏହାପରେ ମାର୍ଚ୍ଚ ୨୧ ତାରିଖରେ ପୁରା ଜିଲ୍ଲାରେ ହିଂସା ସୃଷ୍ଟି ହୋଇଥିଲା । ଏହି ହିଂସାରେ ଏବେଯାଏଁ ୮ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ମୃତକଙ୍କ ଘରେ ରାଜନୈତିକ ହିଂସାକୁ ନେଇ ମୃତକଙ୍କ ଘରେ ନିଆଁ ଲଗାଇଦେଇଥିଲେ । ଫଳରେ ୮ଜଣ ଜୀବନ୍ତ ଦଗ୍ନ ହୋଇଥିଲେ ଓ ଅନେକ ଗୁରୁତର ହୋଇଥିଲେ । 

 ପଶ୍ଚମବଙ୍ଗର  ଆଉ ଏକ ଦୁଃଖଦ ଖବର ସାମନାକୁ ଆସୁଛି ଯେ, ବୀରଭୂମ ହିଂସା ପରେ ପୀଡିତଙ୍କ ପରିବାର ଲୋକେ ଭିଟାମାଟି ଛାଡି ଚାଲିଯିବାକୁ ଚେଷ୍ଟା କରୁଛନ୍ତି । ତୃଣମୂୂଳ କଂଗ୍ରେସ ନେତା ଭାଦୁ ସିଂହଙ୍କ ହତ୍ୟା ପରେ ତାଙ୍କ ପରିବାର ଆଉ ସେଠାରେ ରହିବାକୁ ଚାହୁଁନାହାଁନ୍ତି । ତେବେ ଏନେଇ ପୋଲିସ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେବାକୁ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି ।