ଡିସେମ୍ବରରେ ବିରାଟ-ଅନୁଷ୍କାଙ୍କ ବିବାହ !

Advertisment
ଡିସେମ୍ବରରେ ବିରାଟ-ଅନୁଷ୍କାଙ୍କ ବିବାହ !

source : google

ଗତ କିଛି ଦିନ ହେବ ଚର୍ଚାରେ ରହିଛନ୍ତି କ୍ରିକେଟର ବିରାଟ କୋହଲି । କ୍ରିକେଟକୁ ନେଇ ସେ ଯେତିକି ଚର୍ଚିତ ନୁହନ୍ତି, ଅନୁଷ୍କାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଗଣମାଧ୍ୟମର ଶିରୋନାମାରେ ରହିଛି । କେତବେଳେ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେଉଚି ତ ଆଉ କେତେବେଳେ ଅନୁଷ୍କାଙ୍କ ସହ ଡେଟିଂକୁ ନେଇ । ଏବେ ପୁଣି ତାଙ୍କ ବିବାହକୁ ନେଇ ପୁଣି ଚର୍ଚାକୁ ଆସିଛନ୍ତି ବିରାଟ । ବିସିସିଆଇ ନିକଟରେ ଛୁଟି ଆବେଦନ କରିବା ପରେ ବଢି ଯାଇଛି ଚର୍ଚା ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ଚଳିତବର୍ଷ ଡିସେମ୍ବରରେ ହୋଇପାରେ ବୋଲି ଆଶା କରାଯାଉଛି। ଡିସେମ୍ବରରେ କୋହଲି କିଛି ଦିନ ପାଇଁ ବିସିସିଆଇ ନିକଟରେ ଛୁଟି ମାଗିବା ପରେ ଏପରି ଚର୍ଚ୍ଚା ହୋଇଛି। ଏକ ବିଜ୍ଞାପନରେ ଭାରତୀୟ ପୋଷାକ ପରିଧାନ କରି ନଜର ଆସିବା ପରେ ଏହି ଦମ୍ପତି ଏବେ ବେଶ୍ ଚର୍ଚ୍ଚାରେ।

ବାସ୍ତବରେ ଯଦି କୋହଲି ଡିସେମ୍ବରରେ ଛୁଟିରେ ରହନ୍ତି ତେବେ ଦିନିକିଆ, ଟି୨୦ ଏବଂ ଶ୍ରୀଲଙ୍କା ବିପକ୍ଷରେ ଥିବା ଟେଷ୍ଟ୍ ସିରିଜ୍ ଖେଳିବାରୁ ବଞ୍ଚିତ ହେବେ । ବର୍ତ୍ତମାନ ସେ ନ୍ୟୁଜଲାଣ୍ଡ୍ ବିପକ୍ଷରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ଦଳନ ନେତୃତ୍ୱ ନେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe