ଓଏସଏସସି ପିଏ ବିରଂଚି ସାହୁଙ୍କୁ ମିଳିଲା ଜାମିନ: ସର୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

129

କନକ ବ୍ୟୁରୋ: ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ସଦସ୍ୟଙ୍କ ପିଏ ବିରଂଚି ସାହୁଙ୍କୁ ମିଳିଲା ଜାମିନ । ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତଦନ୍ତରେ ସହଯୋଗ କରିବାକୁ ସର୍ତ ରଖି ଜାମିନ ଦେଇଛନ୍ତି କୋର୍ଟ । ଏହାସହ ଓ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସର୍ତର ଅବମାନନା କଲେ ଜାମିନ ବାତିଲ ହେବ ବୋଲି କୋର୍ଟ କହିଛନ୍ତି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଜେଲରେ ଥିଲେ ବିରଂଚି ସାହୁ । ନିଯୁକ୍ତି ପ୍ରକ୍ରୀୟାରେ କ୍ଷମତାର ଅପବ୍ୟବହାର ନେଇ ରହିଛି ଅଭିଯୋଗ ।