ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା : ଡିଜିପିଙ୍କ ନିର୍ଦ୍ଦେଶ ପରେ ଆଇଆଇସି ସସପେଣ୍ଡ; ଥାନାରେ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ନେଇ ହୋଇଥିଲା ଅଭିଯୋଗ 

1,807

କନକ ବ୍ୟୁରୋ : ବୀରମିତ୍ରପୁର ଆଇଆଇସି ନିଲମ୍ବିତ । ନାବାଳିକା ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆନନ୍ଦ ଚନ୍ଦ୍ର ମାଝୀଙ୍କ ଯାଗାରେ ନୂତନ ଥାନା ଅଧିକାରୀ ଭାବେ ସ୍ନିଗ୍ଧାରାଣୀ ସୁନା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଡିଜିପିଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ସସପେଣ୍ଡ କରାଯାଇଛି । । ଥାନାବାବୁ ସମେତ ଅନ୍ୟ କର୍ମଚାରୀ ଦୀର୍ଘ ଦିନ ଧରି ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହା ସହ ବେଆଇନ୍ ଭାବେ ବୀରମିତ୍ରପୁର ସିଏଚସିରେ ଗର୍ଭପାତ କରିବା ପରେ ନାବାଳିକାକୁ  ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦଚନ୍ଦ୍ର ମାଝି, ଘଟଣା ଦିନ ଉପସ୍ଥିତ ଥିବା ଜନୈକ ପୋଲିସ ଅଧିକାରୀ, ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାମରେ ରାୟବଗା ଥାନାରେ ଏତଲା ଦେଇଥିଲେ । ବୀରମିତ୍ରପୁର ଥାନାରେ ନାବାଳିକାକୁ ଦୁଷ୍କର୍ମ ଏବଂ ବେଆଇନ୍ ଗର୍ଭପାତ ଘଟଣାର ଚାଲିଛି ତ୍ରିସ୍ତରୀୟ ତଦନ୍ତ । କିପରି ନାବାଳିକାଙ୍କ ଗର୍ଭପାତ କଲେ ଡାକ୍ତର, ଏହାର ତଦନ୍ତ କରୁଛି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ।