ନାବାଳିକା ଦୁଷ୍କର୍ମ ମାମଲାରେ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ । ସକାଳେ ବହିଷ୍କାର ପରେ ସଞ୍ଜରେ ଗିରଫ କଲା କ୍ରାଇମବ୍ରାଞ୍ଚ ।

1,067

କନକ ବ୍ୟୁରୋ : ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଗିରଫ । ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅନୁଗୁଳ ହଣ୍ଡପା ଥାନା ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଆଜି ଆନନ୍ଦ ଚନ୍ଦ୍ର ମାଝିଙ୍କୁ ବହିଷ୍କୃତ କରିଥିଲେ ପୋଲିସ ଡିଜି ।

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଆଜି ସକାଳେ ସସପେଣ୍ଡ କରାଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି । ନାବାଳିକା ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଜି ପୂର୍ବତନ ଆଇଆଇସିଙ୍କୁ ବହିଷ୍କୃତ କରାଯିବା ନେଇ ଡିଜିପି ଟୁଇଟ କରି ସୂଚନା ଦେଇଥିଲେ । ଆଇଆଇସିଙ୍କ କାର୍ଯ୍ୟ ନିନ୍ଦିତ ଓ ଲଜ୍ୱିତ କରିଛି । ଏବଂ ନାବାଳିକା ଝିଅଙ୍କ ପାଖରେ କ୍ଷମାପ୍ରାର୍ଥନା କରୁଛୁ ବୋଲି ଡିଜିପି ଟୁଇଟ କରିଛନ୍ତି । ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଥିଲା ।