ସହଜ ହେବନି ବୀରମହାରାଜପୁର ବିଜୟ । ତିନି ଦଳକୁ ଅଡୁଆ ଅଧ ଡ଼ଜନ ଆଶାୟୀ ।

Advertisment
ସହଜ ହେବନି ବୀରମହାରାଜପୁର ବିଜୟ । ତିନି ଦଳକୁ ଅଡୁଆ ଅଧ ଡ଼ଜନ ଆଶାୟୀ ।

କନକ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ ଆଉ ଆରମ୍ଭ ହୋଇଛି କାଉଣ୍ଟଡ଼ାଉନ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଆଗାମୀ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ପାରଦ । ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଯାଉଥିବା ସୋନପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା କ୍ଷେତ୍ରକୁ ନେଇ ସରଗରମ ରାଜନୀତି । ୨୦୦୯ରେ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରଠାରୁ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। କିନ୍ତୁ ବିଜେଡି ଜନ୍ମ ହେବାପରଠାରୁ ଏହି ଆସନକୁ ନିଜ କବଜାରେ ରଖିଛି । ତେଣୁ ଦୁର୍ଗ ଭେଦିବାକୁ ଚକ୍ରବ୍ୟୁହ ରଚୁଛନ୍ତି ବିରୋଧୀ ବୋଲି ଶୁଣିବାକୁ ମିଳୁଛି ।

publive-imageଗତ ୨୦୦୯ ଏବଂ ୨୦୧୪ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡିର ପଦ୍ମନାଭ ବେହେରା ବିଜୟୀ ହୋଇଥିଲେ । ତେଣୁ ହ୍ୟାଟ୍ରିକ୍ ମାରିବା ପାଇଁ ଏଥର ମଧ୍ୟ ସେ ବିଜେଡି ଟିକେଟ ପାଇଁ ଆଶାରେ ଅଛନ୍ତି। କିନ୍ତୁ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ପଦ୍ମନାଭଙ୍କୁ ଏଠାରେ ଝଟକା ଲାଗିଥିଲା। ନିର୍ବାଚନ ମଣ୍ଡଳୀରେ ଥିବା ୬ଟି ଯାକ ଜିଲ୍ଲା ପରିଷଦ ଆସନ ବିଜେପି ଖାତାକୁ ଯାଇଥିଲା। ସେ ଦୃଷ୍ଟିରୁ ବିଧାୟକଙ୍କ ପତିଆରା ହ୍ରାସ ପାଇଥିବା ଚର୍ଚ୍ଚା ହେଉଛି । ଏମିତିକି ସେ ଟିକଟ ପାଇବେ କି ନା ସେ ନେଇ କର୍ମୀଙ୍କ ମନରେ ଦ୍ବନ୍ଦ୍ବ ରହିଛି। ଅବଶ୍ୟ ପଞ୍ଚାୟତ ନିର୍ବାଚନ ପରଠାରୁ ୨ ବର୍ଷ ମଧ୍ୟରେ ପଦ୍ମନାଭ ନିଜର ସଂଗଠନ ସୁଧାରି ସୁଦୃଢ କରିବାରେ ଲାଗିଛନ୍ତି । ହେଲେ କିଛି ବିଜେଡି ଆଶାୟୀ ପ୍ରାର୍ଥୀ ଯଥା- ପୂର୍ବ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ବବଲୁ ବିଶି, ରୁଷି ପଟେଲ, ପଦାର୍ଥ ଜଗଦଲା ପ୍ରମୁଖ ପଦ୍ମନାଭଙ୍କ ବାଟରେ କଣ୍ଟା ସାଜିଥିବା ଚର୍ଚ୍ଚା ହେଉଛି ।

ସେପଟେ ଏକାଧିକ ଆଶାୟୀଙ୍କ ଯୋଗୁଁ ଏଠାରେ କେବଳ ବିଜେଡି ନୁହେଁ, ଅନ୍ୟ ଦଳ ବି ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି। ଯଦି ବିଜେପି କଥା ଅନୁଧ୍ୟାନ କରାଯାଏ ତେବେ ବିଜେପିରୁ ଆନନ୍ଦ ବାରିକ, ରଘୁନାଥ ଜଗଦଲା, ଜିଲ୍ଳା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ମହେନ୍ଦ୍ର ମହାନନ୍ଦ, ବଳରାମ ସୁନା, ଆଶ୍ରୟ ମହାନନ୍ଦ, ଗୌର ଜଗଦଲାଙ୍କ ଭଳି ୧୦ରୁ ଉଦ୍ଧ୍ୱର୍ ଆଶାୟୀଙ୍କ ନାଁ ଗେରୁଆ ବିଜେପିକୁ ଅଡୁଆରେ ପକାଇଛି ।

publive-imageଅପରପକ୍ଷେ କଂଗ୍ରେସରୁ ପୂର୍ବତନ ବିଧାୟକ ବିନୋଦ ପାତ୍ର, ଭୋଳାନାଥ ସାଗର ,ସୁରଜ ବାଗ, ବିଶୟା ତରିଆ, ପ୍ରଦୀପ ସେଠୀ, ଭଗବାନ ବାଗ ପ୍ରମୁଖ ଆଶାୟୀ ଥିବା ଚର୍ଚ୍ଚାରୁ ଜଣାପଡ଼ିଛି। ସବୁ ଦଳରେ ଏକାଧିକ ଆଶାୟୀ ସବୁ ଦଳ ପାଇଁ ଚିନ୍ତା ବଢାଇଛି। ଟିକେଟ ନ ପାଇଲେ ଆଶାୟୀମାନେ ଦଳ ବିରୋଧୀ କାର୍ଯ୍ୟ କରି ଭୋଟ ବିଭାଜନ କରିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ଏଥିଲାଗି କୌଣସି ଦଳ କାହାକୁ ସିଧାସଳଖ ପ୍ରାର୍ଥୀ ତାଲିକା ଏପର୍ଯ୍ୟନ୍ତ ଉପସ୍ଥାପନ କରୁନାହାନ୍ତି।

ସବୁଠାରୁ ରୋଚକ ବିଷୟ ହେଲା ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳର ଭୋଟ ହାର ହ୍ରାସ ହୋଇଲା । ଯାହାଫଳରେ ଏବେ କଂଗ୍ରେସ କ’ଣ କରିଲେ ପୁଣି ସମର୍ଥନ ହାସଲ କରିପାରିବ ତାକୁ ନେଇ ରାଜ୍ୟ ନେତୃବୃନ୍ଦ ଗୋଟିଚାଳନା କରୁଛନ୍ତି । ସେହିଭଳି ଶାସକ ବିଜେଡି ଓ ବିରୋଧୀ ବିଜେପି ନିର୍ବାଚନ ତାରିଖ ଘୋଷଣା ପରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଗଣମାଧ୍ୟ ସମ୍ମୁଖରେ ବୟାନ ରଖୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe