କନକ ବ୍ୟୁରୋ : ନବରାତ୍ରୀ ପାଇଁ ଚଳଚଞ୍ଚଳ ଶକ୍ତିପୀଠ । ଦଶହରା ଅବସରରେ ଯାଜପୁରରେ ଅଧିଷ୍ଠାତୀ ମା’ ବିରଜାଙ୍କ ଚାଲିଛି ଷୋଡ଼ଶ ଉପଚାର ପୂଜା । ଆଜି ବିରଜାଙ୍କ ପୀଠରେ ମାଆଙ୍କ ପଂଚମୀ ପୂଜାର୍ଚ୍ଚନା କରାଯାଉଛି । ବୈତରଣୀ ନଦୀରୁ ଶାସନ ବ୍ରାହ୍ମଣମାନେ ଆଣିଥିବା ବୈତରଣୀ ଜଳରେ ମା’ଙ୍କ ସ୍ନାନ କରାଯାଇ ବେଶ କରାଯାଇଥିଲା । ପରେ ଗର୍ଭ ଗୃହକୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା ।
ସକାଳୁ ସକାଳୁ ମାଆଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ମାଆଙ୍କ ପାଖରେ ଚନ୍ଦନ ବେଶ ଓ ବାଲ୍ୟ ଭୋଗ କରାଯାଇଥିଲା । ଦିନ ୧୧ଟାରୁ ଷୋଡ଼ଶ ଉପଚାର ହେବା ସହ ମା’ଙ୍କ ପୀଠରେ ଚଣ୍ଡୀପାଠ କରାଯିବ । ରାତି ୧୨ଟାରେ ମାଆଙ୍କ ସ୍ନାନ ସହ ସୁନା ବେଶ କରାଯିବାର ନୀତି ରହିଛି । ଦଶହରା ଅବସରରେ ମା’ ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/vlcsnap-2022-09-29-08h50m44s256.png)