ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ବିପୁୟୁଟି ଛାତ୍ର : ଫାଇନାଲ ସେମିଷ୍ଟାର ପରୀକ୍ଷା କରାଇବା ଦାବିରେ ଘେରାଉ

ଅଗଷ୍ଟରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବଂଚିତ ହୋଇଥିଲେ ବହୁ ଛାତ୍ରଛାତ୍ରୀ

141

କନକ ବ୍ୟୁରୋ : ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କଲେ ବିପୁୟୁଟି ଛାତ୍ର । ଫାଇନାଲ ସେମିଷ୍ଟାର ପରୀକ୍ଷା କରାଇବା ଦାବିରେ ଘେରାଉ କରିଛନ୍ତି । ଘେରାଉ କରିଥିବା ଛାତ୍ରମାନେ କହିଛନ୍ତି ଅଗଷ୍ଟରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଂଚିତ ହୋଇଥିଲେ । ସେତେବେଳେ ବିଭାଗ ପକ୍ଷରୁ କୁହାଯାଇଥିଲା ବିକଳ୍ପ ବ୍ୟବସ୍ଥା ଭାବେ ଅଫ ଲାଇନ ପରୀକ୍ଷା କରାଯିବ । ମାତ୍ର ଏଯାଏ ପରୀକ୍ଷା ହୋଇନଥିବାରୁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଗି ଓଜେଇଇରେ ଆବେଦନ କରି ଭଲ ରାଙ୍କ ପାଇଥିଲେ ମଧ୍ୟ ଶେଷ ସେମିଷ୍ଟର ପରୀକ୍ଷା ହୋଇନଥିବାରୁ ଆଡମିଶନ କରିପାରୁନାହାଁନ୍ତି ।

ଏଥିସହ ଓଜେଇଇର କାଉନସେଲିଂ ତାରିଖକୁ ଘୁଂଚାଇବାକୁ ଦାବି କରିଛନ୍ତି । ଛାତ୍ରମାନଙ୍କ ସହ ଆଲୋଚନା କରି ସପ୍ତାହେ ଭିତରେ ପରୀକ୍ଷା ଓ କାଉନସେଲିଂ ତାରିଖ ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଛାତ୍ରଛାତ୍ରୀ ଯେପରି ଉଚ୍ଚଶିକ୍ଷା କି ଚାକିରୀ ସୁବିଧା ପାଇବାରୁ ବାଦ ନପଡନ୍ତି ସେଥିପାଇଁ ଚେଷ୍ଟା କରାଯାଉଥିବା ମନ୍ତ୍ରୀ କହିଛନ୍ତି ।