ବାପାଙ୍କୁ ଶ୍ରଦ୍ଧାଞ୍ଚଳି ଦେଇ ନାମାଙ୍କନ ପାଇଁ ବାହାରିଲେ ବିପ୍ଳବ ପାତ୍ର । ସେପଟେ ବିଶାଳ ବାଇକ ରାଲି କରି ଶକ୍ତି ପ୍ରଦର୍ଶନ କଲେ ଭଦ୍ରକର ଅସିତ ପଟ୍ଟନାୟକ

328

କନକ ବ୍ୟୁରୋ : ଆଜି ନାମାଙ୍କନ ଦାଖଲ କରିବେ ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର । ନାମାଙ୍କନ ପୂର୍ବରୁ ବାପାଙ୍କ ସମାଧୀ ପୀଠକୁ ଯାଇ ମୁଣ୍ଡିଆ ମାରିବା ସହ ଆର୍ଶୀବାଦ ନେଇଛନ୍ତି ବିପ୍ଲବ । ପରେ ଦଳୀୟ କର୍ମୀଙ୍କ ସହ ବିଶାଳ ବାଇକ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିବାକୁ ଯାଇଛନ୍ତି । ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଏହି ବିଶାଳ ରାଲିରେ ହଜାର ହଜାର ବିଜେଡି କର୍ମୀ ସାମିଲ ହୋଇଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ନାମାଙ୍କନ ଦାଖଲ କରିବେ ବିପ୍ଲବ ।

ସେପଟେ ଭଦ୍ରକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅସିତ୍ ପଟ୍ଟନାୟକଙ୍କ ଶକ୍ତି ପ୍ରଦର୍ଶନ । ବିଶାଳ ରାଲିରେ ସାମିଲ ହୋଇ ଅସିତଙ୍କ ପାଇଁ ଭୋଟ୍ ମାଗିଲେ ନିରଞ୍ଜନ ପଟ୍ଟନାୟକ ଓ ଅନନ୍ତ ସେଠୀ । ରବିବାର ସଂଧ୍ୟାରେ ଅସିତ୍ ପଟ୍ଟନାୟକ ଦକ୍ଷୀଣ କାଳୀଙ୍କ ଆର୍ଶୀବାଦ ନେଇ ଦଳୀୟ କର୍ମୀ ମାନଙ୍କୁ ଧରି ଶକ୍ତି ପ୍ରଦର୍ଶନ କରି ନିଜ ସପକ୍ଷରେ ଭୋଟ ପାଇଁ ପ୍ରଚାର କରିଛନ୍ତି । ଭଣ୍ଡାରୀପୋଖରୀ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏବଂ ଭଦ୍ରକ ଲୋକସଭା ସାଂସଦ ପ୍ରାର୍ଥୀ ଅନନ୍ତ ସେଠୀ ମଧ୍ୟ ଏହି ରାଲିରେ ଯୋଗଦେଇ ଅସିତ୍ ପାଇଁ ପ୍ରଚାର କରିଛନ୍ତି । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରର ରାଜୁତି ଚାଲିଆସୁଥିବା ବେଳେ ଭଦ୍ରକବାସୀ ଆଗାମୀ ନିର୍ବାଚନରେ ଏହାର ଜବାବ ଦେବେ ବୋଲି ଅସିତ୍ ପଟ୍ଟନାୟକ କହିଛନ୍ତି ।