ତ୍ରିପୁରାରେ ନୂଆ ସରକାର ! ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିପ୍ଲବ ଦେବ

ତ୍ରିପୁରାରେ ନୂଆ ସରକାର ! ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିପ୍ଲବ ଦେବ

Source:NDTV

କନକ ବ୍ୟୁରୋ: ତ୍ରିପୁରାରେ ଆଜି ନୂଆ ସରକାର ଶପଥ ନେଇଛନ୍ତି । ୨୫ ବର୍ଷର ବାମପନ୍ଥୀ ସରକାରଙ୍କ ପତନ ଘଟାଇ ପ୍ରଥମ ଥର ଲାଗି ରାଜ୍ୟରେ ବିଜେପି କ୍ଷମତାସୀନ ହୋଇଛି । ତ୍ରିପୁରା ବିଜେପିର ସଭାପତି ବିପ୍ଲବ କୁମାର ଦେବ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଗରତାଲାରେ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଓ୍ଵାନୀ, ମୁରଲୀ ମନୋହର ଜୋଶୀ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଶାସିତ ତିନି ଉତ୍ତରପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏହାଛଡ଼ା ବିଦାୟୀ ମୁଖ୍ୟମନ୍ତ୍ରୀ ମାଣିକ ସରକାର ମଧ୍ୟ ଯୋଗ ଦେଇଥିଲେ।

ଆଜି ଦିନ ୧୨ଟାରେ ଅନୁଷ୍ଠିତ ହୋଇଛି ଶପଥଗ୍ରହଣ ସମାରୋହ । ଏଥିରେ ଯୋଗଦେବାକୁ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ୬୦ ଆସନ ବିଶିଷ୍ଠ ବିଧାନସଭାରେ ବିଜେପିକୁ ୩୫ଟି ଆସନ ମିଳିଥିବାବେଳେ ସହଯୋଗୀ ଆଇପିଏଫଟି ୮ଟି ଆସନ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe