କନକ ବ୍ୟୁରୋ: ବିଜେଡିରେ ମିଶିଲେ ବିପ୍ଲବ ଜେନା । ହାତ ଛାଡି ଶଙ୍ଖ ଧରିଲେ ଅନୁଗୁଳ ଜିଲ୍ଲାର ଟାଣୁଆ ନେତା । ୧୫ଶହ ସମର୍ଥକଙ୍କ ସହ ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିରେ ମିଶିଲେ ଅନୁଗୁଳରେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ବିପ୍ଲବ ଜେନା । କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଉପସ୍ଥିତିରେ ବିପ୍ଲବ ଓ ତାଙ୍କ ସମର୍ଥକ ବିଜେଡିର ସାମିଲ ହୋଇଛନ୍ତି ।
ବିଜେଡିରେ ମିଶିଲେ ବିପ୍ଲବ ଜେନା । ୧୫ଶହ ସମର୍ଥକଙ୍କ ସହ ଧରିଲେ ଶଙ୍ଖ ।
/kanak/media/post_attachments/wp-content/uploads/2024/02/Screen-Shot-2024-02-18-at-5.08.16-PM.jpg)