ସବୁବେଳେ ଅଯଥା ଏବଂ ଅନାବଶ୍ୟକ ବିବୃତି ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ତ୍ରିପୁରାର ବିଜେପି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଏବେ ପୁଣି ଏକ ଅନାବଶ୍ୟକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ଏଥରକ ସେ ଅଯଥା ଏବଂ ଅନାବଶ୍ୟକ ମନ୍ତବ୍ୟ ଦେଇଛନ୍ତି ଦେଶର ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ।
ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ଅବସରରେ ଉପସ୍ଥିତ ଜନତାକୁ ଉଦବୋଧନ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ବଙ୍ଗଳାରେ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟେ ଭାଇ ତେଜରାତି ଦୋକାନ କରିଛି। ଆଉ ଗୋଟେ ଭାଇ ଅଟୋ ଚଳାଉଛି। ମା’ ୧୦ ଫୁଟ ଲମ୍ବା ୧୨ ଫୁଟ ଚଉଡ଼ା ବିଶିଷ୍ଟ ଏକ କଠୋରିରେ ରହୁଛନ୍ତି। ଏମିତି ପ୍ରଧାନମନ୍ତ୍ରୀ କ’ଣ ସମଗ୍ର ବିଶ୍ୱରେ ଆଉ କେହି ଦ୍ୱିତୀୟ ଅଛନ୍ତି ?’
ତେବେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ କହିଁକି ଏପରି କହିଲେ, ଏପରି କହିବାର କ’ଣ ଆବଶ୍ୟକତା ରହିଥିଲା, ତାହା କେବଳ ସେ ହିଁ ନିଜେ ଜାଣିଥିବେ। ହେଲେ, ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଏ ଭାଷଣ ଟେଲିଭିଜନରେ ପ୍ରସାରିତ ହେବା ପରେ ଏବେ ଏହାକୁ ନେଇ ଏବେ ସାରା ଦେଶରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବାର ସଂପର୍କରେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଏ ମନ୍ତବ୍ୟ ପରେ ମୋଦିଙ୍କ ଛବି ଦେଶର ସାଧାରଣ ଜନମାନସରେ ଉଜ୍ୱଳ ହେବା ପରିବର୍ତ୍ତେ ମଳିନ ପଡ଼ିଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/681880-deb970-784x441.jpg)
/kanak/media/post_attachments/wp-content/uploads/2018/10/677448-biplab-kumar-deb_135030_730x419-m-300x172.jpg)
/kanak/media/post_attachments/wp-content/uploads/2018/10/dsssssssss-300x226.jpg)