ବିପିନ ରାୱତଙ୍କ ରକ୍ତରେ ଥିଲା ଦେଶ ସେବା: ବାପା ବି ଥିଲେ ଲେଫ୍ଟନାଂଟ୍ ଜେନେରାଲ

162

କନକ ବ୍ୟୁରୋ: ଭାରତୀୟ ପ୍ରତିରକ୍ଷା ବିଭାଗର ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶରେ ମୃତ୍ୟୁ ହୋଇଥିବା ଖବର ବାୟୁସେନା ପକ୍ଷରୁ ପକ୍ଷରୁ ଦିଆଯାଇଛି । ଖରାପ ପାଣିପାଗ କାରଣରୁ ବିପିନ ରାୱତ ଯାତ୍ରା କରୁଥିବା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧ୍ୟ ପ୍ରାଣ ହରାଇଛନ୍ତି ।

ତାମିଲନାଡୁର କୁନ୍ନୁର ଅଂଚଳରେ ଘଟିଲା ସେନା ହେଲିକପ୍ଟର ବଡ ଦୁର୍ଘଟଣା । ହେଲିକପ୍ଟରରେ ଥିଲେ ଭାରତର ପ୍ରଥମ ସିଡିଏସ ତଥା ପୂର୍ବତନ ସେନା ମୁଖ୍ୟ ବିପିନ ରାୱତ । ସିଡିଏସଙ୍କ ସହ ତାଙ୍କ ସ୍ତ୍ରୀ ମଧୁଲିକା ମଧ୍ୟ ହେଲିକପ୍ଟରରେ ଉପସ୍ଥିତ ଥିଲେ । ଆଉ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାୱତ ଦମ୍ପତି । ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଛି । ତେବେ ଏହି ଘଟଣାରେ ସବୁଠାରୁ ଅଧିକ ଧକ୍କା ଦେଇଛି ଜେନେରାଲ ରାୱତଙ୍କ ପରିବାରକୁ ।

– ଦିଲ୍ଲୀରେ ନିଜ ପରିବାର ସହ ରହୁଥିଲେ ଜେନେରାଲ ରାୱତ
– ଏହି ବରିଷ୍ଠ ଅଧିକାରୀଙ୍କ ପତ୍ନୀ ଆର୍ମି ୱେଲଫେୟାର ସହ ଜଡିତ ଥିଲେ
– ଆର୍ମି ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଉଥିଲେ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତ
– ବିପିନ ରାୱତଙ୍କ ଅଛନ୍ତି ଦୁଇ ଝିଅ
– ବିପିନ ରାୱତଙ୍କ ବାପା ମଧ୍ୟ ଆର୍ମିରେ ଲେଫ୍ଟନାଂଟ୍ ଜେନେରାଲ ପଦରେ କାମ କରିଛନ୍ତି

ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କ ବାସ ଭବନରେ ପହଁଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଜେନେରାଲ ରାୱତଙ୍କ ଘରେ ପହଁଚି ତାଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି ରାଜନାଥ ସିଂହ । ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ୱେଲିଙ୍ଗଟନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ପ୍ରତିରକ୍ଷା ବିଭାଗର ମୁଖ୍ୟ । ଆଉ ହେଲିକପ୍ଟର କ୍ରାସ୍ ହୋଇ ପ୍ରାଣ ହରାଇଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ ।