ବିପିନ ରାୱତଙ୍କୁ ମନେ ପକାଇଲା ପାକିସ୍ତାନ, ଶୋକ ବ୍ୟକ୍ତକରି ପାକ୍ ସେନା ମୁଖ୍ୟ କହିଲେ ଏଭଳି କଥା

525

କନକ ବ୍ୟୁରୋ :  ତାମିଲନାଡୁରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ସାରାଦେଶ ଶୋକ ପାଳନ କରୁଥିବା ବେଳେ ଆମେରିକା ଋଷ ସମେତ ଅନେକ ଦେଶ ଶୋକ ବ୍ୟକ୍ତ କରିଛନ୍ତି । ଏହି କ୍ରମରେ ପାକିସ୍ତାନ ସଂଯୁକ୍ତ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଜେନରାଲ ନଦୀମ ରାଜା ଓ ସେନା ପ୍ରମୁଖ କମର ଜାବେଦ ବାଜୱା ବି ଶୋକ ପ୍ରକାଶ କରିଛନ୍ତି ।

କହିରଖୁ କି ପାକିସ୍ତାନ ସେନା ପ୍ରମୁଖ ବାଜୱା ଓ ଭାରତର ପ୍ରଥମ ସିଡିଏସ ବିପିନ ରାୱତ ପରସ୍ପରକୁ ବହୁ ଆଗରୁ ଜାଣିଥିଲେ  । ଏହା ପୂର୍ବରୁ ଉଭୟ ଆଫ୍ରିକା ମୋର୍ଚ୍ଚାରେ ନିୟୋଜିତ ହୋଇଥିଲେ । ବାଜୱା ଓ ରାୱତ ୨୦୦୮ ମସିହାରେ ସଂଯୁକ୍ତ ରାଷ୍ଟ୍ର ଶାନ୍ତି ମିଶନରେ ସାମିଲ ହୋଇଥିଲେ ।

ଏହା ବ୍ୟତୀତ ଭାରତରେ ଥିବା ଋଷର ରାଜଦୁତ ନିକୋଲାଏ କୁଦାଶେବ ବି ବିପିନ ରାୱତଙ୍କ ସମେତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେ କହିଛନ୍ତି କି ଭାରତ ଜଣେ ମହାନ ଦେଶଭକ୍ତ ଓ ସମର୍ପିତ ନାୟକଙ୍କୁ ହରାଇଲା    ।
କେବଳ ସେତିକି ନୁହେଁ ନିକୋଲାଏ କହିଛନ୍ତି କି ଋଷ ଜଣେ ବନ୍ଧୁଙ୍କୁ ହରାଇଲା । ଯିଏକି ଆମ ମଧ୍ୟରେ ଦ୍ୱିପାକ୍ଷୀକ ବିଶେଷାଧିକାର ପ୍ରାପ୍ତ ରଣନୀତିକୁ ଆଗକୁ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  ।