ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାୱତଙ୍କୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବେ ନିଯୁକ୍ତି ଦେଲା କ୍ୟାବିନେଟ୍ କମିଟି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଡିଏସ୍ ଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପାଇଁ ବଢାଇ ଦିଆଯାଇଛି । ପୂର୍ବରୁ ଅବସରର ସମୟ ୬୨ ବର୍ଷ ଥିବାବେଳେ ବର୍ତ୍ତମାନ ସିଡିଏସ୍ ଙ୍କ ଅବସର ନେବା ବୟସ ବର୍ଦ୍ଧିତ ହୋଇ ୬୫ ବର୍ଷ ହୋଇଯାଇଛି । ତିନି ସେନା ସହ ଜଡିତ ଥିବା ମାମଲାରେ ରକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେବା କାମ କରନ୍ତିି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ରକ୍ଷାମନ୍ତ୍ରୀଙ୍କ ପ୍ରଧାନ ସେନା ପରାମର୍ଶଦାତା ହେଉଛନ୍ତି ସିଡିଏସ୍ । /kanak/media/post_attachments/wp-content/uploads/2019/12/df-300x185.png)
ସେନା ଅଭିଯାନ ସମୟରେ ୩ ସେନା ସହ ଖାପଖୁଆଇ ବିଚାରବିମର୍ଶ କରିବାର କାମ କରିବେ ସିଡିଏସ୍ । ସିଡିଏସ୍ ପଦବୀରେ ଚାରୋଟି ଷ୍ଟାର ଜେନେରାଲ୍ ର୍ୟାଙ୍କର ସେନା ଅଧିକାରୀଙ୍କୁ ନିଯୁକ୍ତି କରାଯିବ । ସିଡିଏସ୍ ଙ୍କୁ ତିନି ସେନା ପ୍ରମୁଖଙ୍କ ପାଖାପାଖି ଦରମା ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/bipin.jpg)