କନକ ବ୍ୟୁରୋ: ଆଜି ପରଦାରେ ରିଲିଜ ହେବ ମେଁ ଅଟଳ ହୁଁ ସିନେମା । ଏହି ହିନ୍ଦୀ ଚଳଚ୍ଚିତ୍ରରେ ବାଜପେୟୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତା ପଂକଜ ତ୍ରିପାଠୀ । ରବି ଯାଦବଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଦୁଇ ଘଂଟା ମଧ୍ୟରେ ଦେଖାଇବାକୁ ଚେଷ୍ଟା କରାଯାଇଛି ।
‘ମେଁ ଅଟଲ ହୁଁ’ ର କାହାଣୀ ପାକିସ୍ତାନ ପ୍ରତି ବାଜପେୟୀଙ୍କ ଆଭିମୁଖ୍ୟକୁ ନେଇ ଆରମ୍ଭ ହୋଇଛି । ବାଜପେୟୀ ଜଣେ ଭଲ ବକ୍ତା ହେବା ସହ କିଭଳି ଜଣେ ସଫଳ ବ୍ୟକ୍ତି ଓ ମହାନ ରାଜନେତା ହେଲେ ତାହା ଏହି କାହାଣୀରେ ରହିଛି । ପିଲାଦିନରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ପରେ ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ଯାତ୍ରାକୁ ଏହି ଫିଲ୍ମରେ ଦର୍ଶାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/10-22.jpg)