କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଟିକାର ୩୦ କୋଟି ଡୋଜ୍ ପାଇଁ ହାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା ବାୟୋଲୋଜିକାଲ-ଇ କୁ ୧୫ ଶହ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିବ । ଏହି ଟିକା ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ମେସର୍ସ ବାୟୋଲୋଜିକାଲ କମ୍ପାନୀ ପ୍ରସ୍ତୁତ ଓ ଷ୍ଟୋର କରିବ । କହିରଖୁ କି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କ୍ଲିନିକାଲି ପରୀକ୍ଷଣରେ ପଜିଟିଭ୍ ରେଜଲ୍ଟ ମିଳିବା ପରେ ଏବେ କମ୍ପାନୀ ତରଫରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଟିକା ଆରବିଡି ପ୍ରୋଟିନ ସବ୍-ୟୁନିଟ୍ ଭ୍ୟାକ୍ସିନ ବୋଲି କୁହାଯାଇଛି । ଆଗାମୀ କିଛି ମାସ ମଧ୍ୟରେ ଏହା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।
ସୂଚନା ଥାଉକି ବାୟୋଲୋଜିକାଲ-ଇ କୋଭିଡ-୧୯ ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଠାରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପର୍ଯ୍ୟନ୍ତ ଭାରତ ସରକାର ସହାୟତା ଯୋଗାଇ ଆସୁଛନ୍ତି । ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କର ଜୈବ ପ୍ରଦେ୍ଧ୍ୟାଗୀକ ବିଭାଗ ୧୦୦ କୋଟିରୁ ଅଧିକ ଟଙ୍କା ସହାୟତା ଦେଇଛି ।
Ministry of Health and Family Welfare (MoHFW) finalises arrangements with Hyderabad-based vaccine manufacturer Biological-E to reserve 30 cr doses of vaccine, will be manufactured & stockpiled by Biological-E from Aug-Dec 2021 & MoHFW would make an advance payment of Rs 1500 cr pic.twitter.com/7as5DrXzLN
— ANI (@ANI) June 3, 2021
ଅନ୍ୟପଟେ ଭାରତକୁ ଫାଇଜର ମଡର୍ନା ଭଳି ବିଦେଶୀ ଟିକା ଆଣିବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇ ଏହି ଟିକାକୁ ଭାରତରେ ଅଲଗା ପରୀକ୍ଷଣ ପାଇଁ ଥିବା ସର୍ତ୍ତକୁ ହଟାଇ ଦେଇଛନ୍ତି । ଏବେ ଏଭଳି ବିଦେଶୀ ଟିକା, ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆପାତକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ସେହି ସବୁ ଟିକା ଭାରତରେ ବିନା ବ୍ରିଜିଙ୍ଗ୍ ଟେଷ୍ଟରେ ବ୍ୟବହାର କରାଯାଇପାରିବ ।