କନକ ବ୍ୟୁରୋ : ବଡଚଣା ବ୍ଲକ ଭୂଷଣ୍ଡପୁର ଓ ଅକବରାବାଦ ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଦିନେ ଘର କୋଣରେ ବସିରହୁଥିବା ଏହି ମହିଳାମାନେ ଏବେ ବ୍ୟବସାୟ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ । ଓଡିଶା ଜୀବିକା ମିଶନ ସହାୟତା ଛଡା ଏମାନେ ନିଜେ ପାଂଚ ହଜାର ଟଙ୍କା ଲେଖାଏ ବିନିଯୋଗ କରି ଗାଁରେ ବାୟୋ ଫ୍ଲକ୍ସ ପଦ୍ଧତିରେ ଆରମ୍ଭ କରିଛନ୍ତି ମାଛ ଚାଷ ।
ଡିସେମ୍ବର ମାସରୁ ଏହି ମହିଳାମାନେ ନିଜ ନିଜ ଗାଁରେ ଗ୍ରୀନ ହାଉସ କରି ପାଖାପାଖି ୫ଟି କୁଣ୍ଡରେ ବାୟୋଫ୍ଲକ ପଦ୍ଧତିରେ ମାଗୁର ମାଛ ଚାଷ ଆରମ୍ଭ କରିବା ସହ ଏହାର ଯତ୍ନ ନେଉଛନ୍ତି । ପ୍ରତିଦିନ ପାଳିକରି ମାଛଗୁଡିକର ଯତ୍ନ ନେବା, ଖାଦ୍ୟ ପକାଇବା, ସପ୍ତାହରେ ଥରେ କୁଣ୍ଡର ପାଣି ବଦଳାଇବା କାମ ନିଜେ କରି ଆସୁଛନ୍ତି । ନିତିମାସ ମଧ୍ୟରେ ମାଛ ଗୁଡିକ ପଚାଶ ଗ୍ରାମରୁ ଦୁଇଶହ ଗ୍ରାମର ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ସଫଳତା ମିଳିଲେ ଆଗାମୀ ଦିନରେ ରୋହି, ଭାକୁଡ ମାଛ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । ଅନ୍ୟପଟରେ ସ୍ଥାନୀୟ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଏହି ପ୍ରୟାସକୁ ପ୍ରସଂଶା କରିଛନ୍ତି ସ୍ଥାନୀୟ ସରପଂଚ ।
ମାଛ ଚାଷ କରି ସଫଳ ହେବା ପାଇଁ ଉଦ୍ୟମ କରୁଥିବା ଏହି ମହିଳାମାନେ ନିଶ୍ଚୟ ଅନ୍ୟମାନଙ୍କ ପାଇଁ ଉଦାହରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/Screen-shot-2023-02-12-at-7.30.01-PM.jpg)