ରୋଜଗାର ଯୋଗାଉଛି ପଚାସଢା ପରିବା : ପଚା ପରିବାକୁ ନେଇ ସୁରତ୍ କମ୍ପାନୀର ଅଭିନବ ପ୍ରୟାସ । ମାସକୁ ଲକ୍ଷ ଲକ୍ଷ ରୋଜଗାର କରୁଛି କମ୍ପାନୀ,ଲୋକଙ୍କୁ ମିଳୁଛି ଚାକିରୀ ।

659

ସତେଜ ପନିପରିବା ଏବଂ ଫଳ ଅଧିକ ଦିନ ରହି ପଚିଗଲାପରେ ତାହା ଆମ ପାଇଁ ଅଲୋଡ଼ା ହୋଇଯାଏ । କିନ୍ତୁ କିଛି ସ୍ଥାନରେ ଏହି ପଚାସଢା ପରିବା ଲୋକଙ୍କ ପାଇଁ ରୋଜଗାର କରିବାର ଏକ ମାଧ୍ୟମ ପାଲଟିଛି । ଗୁଜରାଟ୍ ସୁରତର ପରିବା ବଜାରରେ ଏହି ପଚାସଢା ପରିବା ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରୁଛି । ମଣ୍ଡିରୁ ବାହାରୁଥିବା ଜୈବିକ ଅଳିଆରୁ ପ୍ରସ୍ତୁତ ହେଉଛି ଗ୍ୟାସ୍ । ଯେଉଁଥିରେ ସୁରତ୍ ଏପିଏମସି ଗୁଜରାଟ୍ ଗ୍ୟାସ୍ କମ୍ପାନୀକୁ ଏହା ସପ୍ଲାଇ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଖାଲି ରୋଜଗାର କାହିଁକି ଏହି ଅଭିନବ ଉପାୟରେ ପ୍ରଦୂଷଣରୁ ମଧ୍ୟ ମୁକ୍ତ ମିଳିପାରୁଛି । ପ୍ରତିଟି ପଚାସଢା ଦ୍ରବ୍ୟରୁ ଏହି ବାୟୋଗ୍ୟାସ୍ ପ୍ରସ୍ତୁତ କରାଯାଇପାରିବ । ଜୈବିକ ଅଳିଆରୁ ଏହା ଖୁବଶୀଘ୍ର ପ୍ରସ୍ତୁତ ହୋଇଥାଏ । କମ୍ପୋଷ୍ଟିଙ୍ଗ୍ ଜରିଆରେ ଦୂର୍ଗନ୍ଧ ଗ୍ୟାସ୍ ବାୟୁରେ ମିଳେଇଯାଏ । କିନ୍ତୁ ବାୟୋଗ୍ୟାସ୍ ଦ୍ୱାରା ଏଭଳି ବ୍ୟର୍ଥ ଯାଉଥିବା ଗ୍ୟାସକୁ ମାନବ ଉପଯୋଗୀ କରାଯାଇପାରେ ।କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ ଟ୍ୱିଟରରେ ଏହାକୁ ବିସ୍ତାର ଭାବେ ବୁଝାଇ ଏକ ଭିଡିଓ ସେୟାର୍ କରିଥିଲେ । ଆପଣଙ୍କୁ ଏଠାରେ କହିରଖୁଛୁ ଯେ , ସୁରତର ଏପିଏମସି କମ୍ପାନୀ ଖରାପ ପନିପରିବାକୁ ଗ୍ୟାସରେ ପରିଣତ କରିବାରେ ଦେଶର ପ୍ରଥମ କମ୍ପାନୀ ଅଟେ । ଏଠାରେ ପ୍ରତିଦିନ ୪୦ ରୁ ୫୦ ଟନ୍ ପଚାସଢା ପରିବା ଏବଂ ଫଳରେ ଗ୍ୟାସ୍ ପ୍ରସ୍ତୁତ ହୋଇଥାଏ ।

Comments are closed.