ସତେଜ ପନିପରିବା ଏବଂ ଫଳ ଅଧିକ ଦିନ ରହି ପଚିଗଲାପରେ ତାହା ଆମ ପାଇଁ ଅଲୋଡ଼ା ହୋଇଯାଏ । କିନ୍ତୁ କିଛି ସ୍ଥାନରେ ଏହି ପଚାସଢା ପରିବା ଲୋକଙ୍କ ପାଇଁ ରୋଜଗାର କରିବାର ଏକ ମାଧ୍ୟମ ପାଲଟିଛି । ଗୁଜରାଟ୍ ସୁରତର ପରିବା ବଜାରରେ ଏହି ପଚାସଢା ପରିବା ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରୁଛି । ମଣ୍ଡିରୁ ବାହାରୁଥିବା ଜୈବିକ ଅଳିଆରୁ ପ୍ରସ୍ତୁତ ହେଉଛି ଗ୍ୟାସ୍ । ଯେଉଁଥିରେ ସୁରତ୍ ଏପିଏମସି ଗୁଜରାଟ୍ ଗ୍ୟାସ୍ କମ୍ପାନୀକୁ ଏହା ସପ୍ଲାଇ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
एक अभिनव प्रयोग द्वारा सूरत, गुजरात में खराब सब्जियों से गैस बनाकर गुजरात गैस कंपनी को आपूर्ति की जा रही है।
इस प्रयोग से प्रदूषण से मुक्ति के साथ ही कूड़े से भी मुक्ति मिल रही है। pic.twitter.com/0GpLph5kPD
— Piyush Goyal (@PiyushGoyal) June 20, 2020
ଖାଲି ରୋଜଗାର କାହିଁକି ଏହି ଅଭିନବ ଉପାୟରେ ପ୍ରଦୂଷଣରୁ ମଧ୍ୟ ମୁକ୍ତ ମିଳିପାରୁଛି । ପ୍ରତିଟି ପଚାସଢା ଦ୍ରବ୍ୟରୁ ଏହି ବାୟୋଗ୍ୟାସ୍ ପ୍ରସ୍ତୁତ କରାଯାଇପାରିବ । ଜୈବିକ ଅଳିଆରୁ ଏହା ଖୁବଶୀଘ୍ର ପ୍ରସ୍ତୁତ ହୋଇଥାଏ । କମ୍ପୋଷ୍ଟିଙ୍ଗ୍ ଜରିଆରେ ଦୂର୍ଗନ୍ଧ ଗ୍ୟାସ୍ ବାୟୁରେ ମିଳେଇଯାଏ । କିନ୍ତୁ ବାୟୋଗ୍ୟାସ୍ ଦ୍ୱାରା ଏଭଳି ବ୍ୟର୍ଥ ଯାଉଥିବା ଗ୍ୟାସକୁ ମାନବ ଉପଯୋଗୀ କରାଯାଇପାରେ ।କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ ଟ୍ୱିଟରରେ ଏହାକୁ ବିସ୍ତାର ଭାବେ ବୁଝାଇ ଏକ ଭିଡିଓ ସେୟାର୍ କରିଥିଲେ । ଆପଣଙ୍କୁ ଏଠାରେ କହିରଖୁଛୁ ଯେ , ସୁରତର ଏପିଏମସି କମ୍ପାନୀ ଖରାପ ପନିପରିବାକୁ ଗ୍ୟାସରେ ପରିଣତ କରିବାରେ ଦେଶର ପ୍ରଥମ କମ୍ପାନୀ ଅଟେ । ଏଠାରେ ପ୍ରତିଦିନ ୪୦ ରୁ ୫୦ ଟନ୍ ପଚାସଢା ପରିବା ଏବଂ ଫଳରେ ଗ୍ୟାସ୍ ପ୍ରସ୍ତୁତ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/vegetables-waste_1592728551.jpeg)