ମୋଦି ସରକାରୀଙ୍କ ନୂଆ ଯୋଜନା: ଏଣିକି ରୋଷେଇ ତେଲରେ ଚାଲିବ ଗାଡି

662

ଏଣିକି ପେଟ୍ରୋଲ, ଡିଜେଲ ବ୍ୟତୀତ ଆପଣ ଖାଉଥିବା ରୋଷେଇ ତେଲରେ ବି ଚାଲିବ ଗାଡି । ଆଜ୍ଞା ହଁ ! ରୋଷେଇ ତେଲରେ ଚାଲିବ କାର ଏବଂ ବାଇକ୍ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ନିରାଟ୍ ସତ୍ୟ । ଖୁବ୍ ଶୀଘ୍ର ମୋଦି ସରକାର ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି । ଯେଉଁଥିରେ ଲୋକେ ରୋଷେଇ ପାଇଁ ବ୍ୟବହାର କରୁଥିବା ତେଲ (ଥରେ ବ୍ୟବହାର ହୋଇସାରିଥିବା ତେଲ)କୁ ନୂଆ ତରିକାରେ ବ୍ୟବହାର କରାଯିବ ।

ଆପଣ ଜାଣି ଚକିତ ହେବେ କି  ଏଣିକି  ଖାଦ୍ୟ ପ୍ରସ୍ତୁତ କରିସାରିବା ପରେ ବଳି ପଡିଥିବା ତେଲରୁ ପ୍ରସ୍ତୁତ ହେବ ବାୟୋଡିଜେଲ । ସାଧାରଣତଃ କୁକିଂ ଅଏଲକୁ ଥରେ ବ୍ୟବହାର କରାଯିବ ପରେ ତାକୁ ପୁଣି ଥରେ ବ୍ୟବହାର କରିବା ସ୍ୱାସ୍ଥ୍ୟପକ୍ଷେ ହାନୀକାରକ ହୋଇଥାଏ । ଏଥିପାଇଁ ଏହି ତେଲକୁ ନୂଆ ତରିକାରେ ବ୍ୟବହାର କରିବାକୁ ସରକାରୀ ଅଏଲ ମାର୍କେଂଟିଂ କଂପାନୀ ତଥା ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବେ ବ୍ୟବହାର ହୋଇସାରିଥିବା କୁକିଂ ଅଏଲରୁ ତିଆରି ହୋଇଥିବା ବାୟୋଡିଜେଲ କିଣିବେ । ଏହାକୁ ନେଇ କଂପାନୀମାନେ ଅନେକ ବଡ ବଡ ସହରରେ କୁକିଂ ଅଏଲରୁ ବନିଥିବା ବାୟୋଡିଜେଲକୁ କିଣିବା ପାଇଁ ୧୦ ଅଗଷ୍ଟରୁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ।

ଏଠାରେ ଆମେ କହି ରଖୁଛୁ କି, ଏଥିପାଇଁଁ ଏକ ମୋବାଇଲ ଆପ ମଧ୍ୟ ଲଂଚ କରାଯାଇଛି । ଏଥି ସହିତ ହିଁ ହୋଟଲ ଏବଂ ରେଷ୍ଟୁରାଂଟଗୁଡିଙ୍କୁ ଏଭଳି ଷ୍ଟିକର ଲଗାଇବାକୁ ପଡିବେ, ଯେଉଁଥିରେ ଲେଖାଯାଇଥିବ କି ସେମାନେ ବାୟୋଡିଜେଲ ତିଆରି କରିବା ପାଇଁ ବ୍ୟବହାର ହୋଇସାରିଥିବା କୁକିଂ ଅଏଲର ସପ୍ଲାଇ କରୁଛନ୍ତି ।  ଯେଉଁଥିରେ ସରକାରୀ ଅଏଲ ମାର୍କେଟିଂର କଂପାନୀମାନେ ଏହି ତେଲରୁ ବାୟୋଡିଜେଲ ପାଇଁ ପ୍ଲାଂଟ ଲଗାଇବାକୁ ଇଚ୍ଛୁକ ପ୍ରାଇଭେଟ୍ କଂପାନୀମାନଙ୍କ ନିଲାମୀ ଡାକିବେ । ଏହାପରେ ଏହି କଂପାନୀମାନେ ବାୟୋଡିଜେଲକୁ ୫୧ ଟଙ୍କା ପ୍ରତି ଲିଟର ହିସାବରେ କିଣିବେ ।