ଯାଜପୁର ବିଞ୍ଝାରପୁରରେ ହତ୍ୟାକାରୀ ସାଜିଥିଲା ଏତଲାକାରୀ । ସହଯୋଗୀ ସହ ମିଶି ସ୍ତ୍ରୀର ହତ୍ୟା ପରେ ପୁଲିସ ନିକଟରେ ହୋଇଥିଲା ଫେରାଦ୍ ।

1,148

କନକ ବ୍ୟୁରୋ: ହତ୍ୟାକାରୀ ସାଜିଥିଲା ଏତଲାକାରୀ । ସ୍ତ୍ରୀର ହତ୍ୟା କରି ପୁଲିସ ନିକଟରେ ଏତଲା ଦେଇଥିଲା ନିଜେ ହତ୍ୟାକାରୀ ସ୍ୱାମୀ । ଯାଜପୁର ଜିଲ୍ଲା ବିଞ୍ଝାରପୁରର ମଧୁସୂଦନପୁର ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରୁ ଗତ ସୋମବାର ଦିନ ଏକ ମୃତଦେହ ମିଳିଥିଲା ।

ନୟାଗଡ଼ ଜିଲ୍ଳାରେ ଏସଆଇ ଭାବେ କାମ କରୁଥୀବା ଟିଲନ ବେହେରାଙ୍କ ମାଆ ବିନୋଦୀନିଙ୍କ ମୃତଦେହ ବୋଲି ଚିହ୍ନଟ କରାଯାଇଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିନୋଦୀନିଙ୍କ ସ୍ୱାମୀ ଅଲେଖ । ପୁଲିସ ମୃତଦେହ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ସନ୍ଦେହଘେରକୁ ଆସିଥିଲେ ନିଜେ ଅଭିଯୋଗକାରୀ ଅଲେଖ । ପଚରାଉଚରା ପରେ ଅଲେଖ ଏବଂ ତାଙ୍କ ସହଯୋଗୀ ମିଶି ବିନୋଦୀନିଙ୍କ ହତ୍ୟା କରିଥିବା ସ୍ୱିକାର କରିଛନ୍ତି । ପାରିବାରିକ କଳହ କାରଣରୁ ଯୋଗୁଁ ବିନୋଦୀନିଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ମାନିଛି ଅଭିଯୁକ୍ତ । ହତ୍ୟାରେ ବ୍ୟବହାର ହୋଇଥିବା ଲୁହା ରଡକୁ ଜବତ କରିଛି ପୁଲିସ । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ।