ବିଝାଂରପୁରର ସମ୍ବେଦନଶୀଳ ବୁଥ ପ୍ରସଙ୍ଗ : ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ଜଳସଂପଦ ଓ ନଗର ଉନ୍ନୟନ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ହେବେ ହାଜର

souce : highcourt

କନକ ବ୍ୟୁରୋ : ଅତି ସମ୍ବେଦନଶୀଳ ବୁଥରେ ଆବଶ୍ୟକୟୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ବିଂଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅତି ଉତ୍ତେଜନାପ୍ରବଣ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡିକରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ କିମ୍ବା ରାଜ୍ୟ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ ସହ ସିସି ଟିଭି କ୍ୟାମେରା ଲଗାଇବା ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଆବେଦନକାରୀଙ୍କ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେଇ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍ ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ଆଦେଶ ଦେଇଛନ୍ତି। ଆବେଦନକାରୀ ବବିତା ମଲ୍ଲିକଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ରାୟ ମାମଲା ପରିଚାଳନା କରୁଥିଲେ।
publive-imageମାମଲାର ବିବରଣୀରୁ ପ୍ରକାଶ ଯେ ବିଂଝାରପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥିନୀ ବବିତା ମଲ୍ଲିକଙ୍କ ପକ୍ଷରୁ ଅତି ଉତ୍ତେଜନାମୂଳକ ବୁଥ୍ ଗୁଡିକରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ କିମ୍ବା ରାଜ୍ୟ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ ସହ ସିସି ଟିଭି କ୍ୟାମେରା ଲଗାଇବା ଆବଶ୍ୟକ ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ ଅତ୍ୟନ୍ତ ଉତ୍ତେଜନା ପ୍ରବଣ ଏବଂ ଗଣ୍ଡଗୋଳ ହେବାର ଆଶଙ୍କା ରହିଥିବା ଆବେଦନରେ ଦର୍ଶାଯାଇଥିଲା। ଏପରି ସ୍ଥିତିରେ ଏଠାରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ନେଇ ଆଶଙ୍କା ରହିଛି।
ବିଶେଷ କରି ଏହି ନିର୍ବାଚନ ମଣ୍ଡଳୀର ବିତଣା ପଞ୍ଚାୟତର ୧୦୬, ୧୦୭ ନମ୍ବର ବୁଥ, ବିଂଝାରପୁର ପଞ୍ଚାୟତର ୮୪, ୮୫, ୮୬ ବୁଥ, କଲ୍ୟାଣପୁର ପଞ୍ଚାୟତର ୧୩୬, ୧୩୭, ୧୩୮ ନମ୍ବର ବୁଥ, ମାଂସଢା ପଞ୍ଚାୟତର ୯୦, ୯୧, ୯୨ ନମ୍ବର ଭଳି ଏକାଧିକ ବୁଥ୍ ଗୁଡିକ ଅତ୍ୟନ୍ତ ଉତ୍ତେଜନା ପ୍ରବଣ ରହିଛି। ଏସବୁ ବୁଥରେ ଭୋଟ ଗ୍ରହଣର ଭିଡିଓ ରେକର୍ଡିଂ କରାଯିବା ଆବଶ୍ୟକ। ଏଥି ସହିତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା କଥା। ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ଆବେଦନକାରୀ ଏପ୍ରିଲ ୨୧ରେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଏହା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଆବେଦନକାରୀ ମୁଖ୍ୟ ନିର୍ବାଚନ କମିସନର, ଜିଲ୍ଲାପାଳ ତଥା ଯାଜପୁର ଜିଲା ନିର୍ବାଚନ ଅଧିକାରୀ, ବିଡିଓ, ଏସପି ଓ ଥାନା ଅଧିକାରୀ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe