କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଓଡିଆ ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ । ଋତୁସ୍ରାବ ସମ୍ପର୍କରେ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ସମାଜରେ ଋତୁସ୍ରାବ ଏବେ ବି କୁପ୍ରଥା ଭଳି ରହିଛି । ଅନେକ ମହିଳା ବିଭିନ୍ନ ସମୟରେ ଋତୁସ୍ରାବ ରୋକିବାକୁ ବଟିକା ଖାଉଛନ୍ତି । ଯାହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖାଦେଉଛି । ଏହି ଔଷଧ ବଜାରରେ ଅତି ସହଜରେ ଉପଲବ୍ଧ ହୋଇପାରୁଛି । ତେଣୁ ଏଥିପ୍ରତି ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ବିନ୍ଦୁଜା । ବିନା ପ୍ରେସ୍କ୍ରିପସନରେ ଏଭଳି ଔଷଧ ବିକ୍ରି ଉପରେ କଟକଣା ଲଗେଇବାକୁ ବିନ୍ଦୁଜା ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ।