କନକ ବ୍ୟୁରୋ: ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ କମ୍ପାନୀ ମ୍ୟାକଡୋନାଲ୍ଡର ପୂର୍ବତନ କର୍ମଚାରୀ ଏବେ ନିଜ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ । ଚାଙ୍ଗଫେଙ୍ଗ ଝାଓ ଏବେ ଏସୀଆର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଦେଇଛନ୍ତି । ‘ବ୍ଲୁମବର୍ଗ ବିଲିଓନାୟାର ଇଣ୍ଡେକ’୍ସ ଅନୁସାରେ ଚାଙ୍ଗପେଙ୍ଗଙ୍କ ସମ୍ପତ୍ତି ପ୍ରାୟ ୯୬ ବିଲିଅନ୍ ଡଲାର ରହିଛି, ଯାହାର ଭାରତୀୟ ମୂଲ୍ୟ ହେଉଛି ୭୧, ୧୫, ୮୩, ୨୦,୦୦,୦୦୦ ଟଙ୍କା ।

Advertisment

୪୪ ବର୍ଷିୟ ଚାଙ୍ଗପେଙ୍ଗ ଏବେ ଜଣେ ବଡ କ୍ରିପ୍ଟେକରେନ୍ସି ନିବେଶକ ଭାବେ ଉଭା ହୋଇଛନ୍ତି । କେବଳ ମୁକେଶ ଅମ୍ବାନୀ ନୁହଁନ୍ତି ବରଂ ଫେସବୁକ୍ ଓ ଗୁଗୁଲ ପ୍ରତିଷ୍ଠାତାଙ୍କ ସମ୍ପତ୍ତି ଠାରୁ ମଧ୍ୟ ତାଙ୍କ ସମ୍ପତ୍ତି ଢେର ଅଧିକ । ଏମାନଙ୍କ ଠାରୁ ଚାଙ୍ଗପେଙ୍ଗଙ୍କ ରୋଜଗାର ମଧ୍ୟ ବେଶି । ସୂଚନା ମୁତାବକ, ସେ ଏବେ ସୁଂଯୁକ୍ତ ରାଷ୍ଟ୍ର ଏମିରେଟ୍ସରେ କ୍ରିପ୍ଟୋକରେନ୍ସି ବ୍ୟବସାୟର ଏକ ପ୍ରମୁଖ ଚେହେରା ପାଲଟିବାକୁ ଯାଉଛନ୍ତି । ବିନାକ୍ସ ଏକ୍ସଚେଞ୍ଜକୁ ଆବୁଧାବିକୁ ଆଣିବାକୁ ସେ ବେଶ୍ ଆଗ୍ରହୀ ଅଛନ୍ତି । ଏଥିପାଇଁ ଆବୁଧାବିରେ ସେ ରାଜପରିବାର ସହ ବୈଠକ କରୁଥିବା ଜଣାପଡିଛି ।
ଚାଙ୍ଗପେଙ୍ଗ ଚୀନରେ ତାଙ୍କର କମ୍ପାନୀ ପ୍ରତିଷ୍ଠା କରିଥିଲେ କିନ୍ତୁ ପରେ ତାଙ୍କୁ ଚୀନରୁ ବିତାଡିତ ହେବାକୁ ପଡିଲା । ଏହା ବ୍ୟତୀତ ତାଙ୍କ କମ୍ପାନୀରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହେବାରୁ ସେ ନିଜ ଦେଶ ଛାଡି ପଳାଇଥିଲେ ।